ରାଜ୍ୟ

ତାଳଚେର ଜନସାଧାରଣଙ୍କ ପ୍ରତି ସରକାରଙ୍କ ବୈମାତୃକ ମନଭାବ

ସ୍ୱାଧୀନତା ର ଛସ୍ତରୀ ବର୍ଷ ପୂର୍ତ୍ତି ହେଲାପରେ ବି ତାଳଚେର ଜନସାଧାରଣଙ୍କ ପ୍ରତି ସରକାରଙ୍କ ବୈମାତୃକ ମନଭାବ ସ୍ଥାନୀୟ ନେତାଙ୍କ ଆନ୍ତରିକତା ଅଭାବ ତାଳଚେର ବାସୀଙ୍କ ପାଇଁ ପ୍ରାଚୁର୍ଯ୍ୟ ଭିତରେ ଦରିଦ୍ରତା ଆଣିଦେଇଛି ! ସରକାରଙ୍କ ହାତକୁ ସଶକ୍ତ କରିବା ଉଦେଶ୍ୟରେ ଦୀର୍ଘ ଦିନ ହେବ ଶାସକ ଦଳର ନିର୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ତାଳଚେର ଜନସାଧାରଣ ଅକୁଣ୍ଠ ଚିତ ରେ ମତଦାନ କରି ଜିତାଇବା ସହିତ ନିର୍ଦିଷ୍ଟ ଦଳକୁ ବିରୋଧୀ ସଜାଇ ଛିଡା କରିଛନ୍ତି ! ପ୍ରତିବଦଳରେ ବିକାଶ କ୍ଷେତ୍ରରେ ସମ୍ଭାବନା ଅନେକ ଥିଲେ ମଧ୍ୟ୍ୟ ଶିକ୍ଷା ସ୍ୱାସ୍ଥ୍ୟସେବା ସୁରକ୍ଷା ଗମନାଗମନ ବେରୋଜଗାରୀ ପ୍ରଦୂଷଣ ପରିୟାବରଣ କ୍ଷେତ୍ରରେ ସେତେଟା ବିକାଶ ହୋଇପାରିନାହିଁ ! ସରକାର ତାଳଚେର ମଧ୍ୟରେ ଥିବା ଘୋରାଇ ରାଷ୍ଟ୍ରୟାତ କମ୍ପାନୀ ଯଥା ଦଶ ଟି କୋଇଲା ଖଣି ସହିତ NTPC କଣିହାଁ JITPL, TTPS, FCI ରେଙ୍ଗାଳି,ସମଲପ୍ରକଳ୍ପ ସାହାଯ୍ୟରେ ହଜାର ହଜାର କୋଟି ଟଙ୍କା ରାଜସ୍ବ ନେଉଛନ୍ତି ! ରାଜନୈତିକ ଇଛାଶକ୍ତି ଶାସକ ବିରୋଧୀ ଦଳ ନେତାଙ୍କ ଆନ୍ତରିକତା ଅଭାବ ସରକାରୀ ସୁବିଧା ସୁଯୋଗରୁ ସ୍ଥାନୀୟ ବାସିନ୍ଦାଙ୍କୁ ବଞ୍ଚିତ କରିଛି ! ଯାହାଫଳରେ ସବୁକ୍ଷେତ୍ରରେ ଲୋକ ନାହିନଥିବା ହଇରାଣରେ ପଡୁଛନ୍ତି !ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷାନୁଷ୍ଠାନ, ଖେଳ ପଡିଆ, ବିମାନ ବନ୍ଦର ନଥିବା ସାଙ୍ଗକୁ ବିଭିନ୍ନ ସମସ୍ୟାକୁ ନେଇ ଦିନ କାଟୁଛନ୍ତି ତାଳଚେର ବାସୀ ! ଯଥା ସମସ୍ୟା ଗୁଡିକ ଭିତରେ ବର୍ତମାନ ତାଳଚେରକୁ ଜିଲ୍ଳାମାନ୍ୟତା, ଆର,ପି,ଡ଼ି, ଏ,ସି କାର୍ଯ୍ୟାଳୟ ଖୋଲିବା, ମେଡ଼ିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ମା’ହିଙ୍ଗୁଳା ମନ୍ଦିର ଟ୍ରଷ୍ଟିବୋଡ଼ ଓ ବିକାଶ ପାଇଁ ଅନୁଦାନ, ରାଣୀପାର୍କର ରକ୍ଷଣାବେକ୍ଷଣା ସହିତ ମିନିନନ୍ଦନକାନନ, ତାଳଚେର ସରକାରୀ ଡ଼ାକ୍ତରଖାନାରେ ସମସ୍ତ ପଦବୀକୁ ତୁରନ୍ତ ପୂରଣ କରିବା, ବ୍ୟାପକ ପ୍ରଦ୍ୟୁଷଣ ଉପରେ ରୋକ ଲଗାଇବା, ଖଣିକ୍ଷତିଗ୍ରସ୍ତ ପ୍ରଜାଙ୍କୁ ଥଇଥାନ ଓ ନିଯୁକ୍ତ ପ୍ରଦାନ କରିବା, ଥର୍ମାଲ ଓ ଏଫସିଆଇ ତୁରନ୍ତ କାର୍ଯ୍ୟକ୍ଷମ କରିବା, ପଶ୍ଚିମେଶ୍ୱର ମନ୍ଦିର ନିକଟରେ ଝୋଲାପୋଲ ନିର୍ମାଣ ଓ ପଶ୍ଚିମେଶ୍ୱର ଠାରୁ ସନ୍ଥପଡ଼ା ବ୍ରିଜ ରାସ୍ତା ସଂଯୋଗ, ବହ୍ଲର ଠାରୁ କଣିହାଁ ପର୍ଯ୍ୟନ୍ତ ୪ଥାକିଆ ରାସ୍ତା ନିର୍ମାଣ, ହାଟତୋଟା ଟ୍ରେନଲାଇନ୍ ନିକଟରେ ଓଭରବ୍ରିଜ କିମ୍ବା ଅଣ୍ଡରବ୍ରିଜ ନିର୍ମାଣ, ଘଣ୍ଟପଡ଼ା ଠାରେ ଓଭରବ୍ରିଜ ତୁରନ୍ତ ନିମାୟଣ କାର୍ଯ୍ୟ ଶେଷ କରିବା, ଏଡ଼ିଏମ କାର୍ଯ୍ୟାଳୟ ଥିଲେ ମଧ୍ୟ ଏଡ଼ିଏମ ପଦବୀ ଖାଲି ଥିବାରୁ ତାକୁ ତୁରନ୍ତ ପୂରଣ କରିବା, ସମଲବ୍ୟାରେଜ ଠାରୁ ସମସ୍ତ ତାଳଚେରବାସୀଙ୍କୁ ପାଇପ ଦ୍ୱାରା ଜଳଯୋଗାଣ ବ୍ୟବସ୍ଥା, ତାଳଚେର ବସଷ୍ଟାଣ୍ଡ ନିକଟରେ ଅଧୁରା ହୋଇ ପଡ଼ିରହିଥିବା ସ୍ୱର୍ଗତ ବିଜୁବାବୁଙ୍କ ତାମ୍ର ପ୍ରତିମୂର୍ତି ସହ ବିଜୁପାର୍କ ପ୍ରମୁଖ ମୁଦା ରହିଥିବା ବେଳେ ଏବେ ବିକାଶ ନାମ ରେ ଅଂଚଳବାସୀ ଦିନ ପ୍ରତିଦିନ ଅବନତି ଗୋହର ଭିତରକୁ ଧସେଇ ଚାଲିଛନ୍ତି ! ହିଙ୍ଗୁଳା ମାଟିର ସୁଯୋଗ୍ୟ ସନ୍ତାନ ଦୀର୍ଘ ଦିନ ଶାସକ ଦଳରେ ରହିଲେ ମଧ୍ୟ ଆଜିପଯ୍ୟନ୍ତ ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ଦୁର୍ଦଶା ସରକାରଙ୍କ ପାଖରେ ନା ଉପସ୍ଥାପନା କରିପାରିଲେ ନା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ଆଣିବାକୁ ଚେଷ୍ଟାତ ହେଲେ ! ପ୍ରମୁଖ ବିରୋଧୀ ଦଳ ନେତା ତାଳଚେର ବାସୀଙ୍କ ସମସ୍ୟା କୁ ନେଇ କେବେ ରାଜରାସ୍ତାକୁ ଆସିଲେନି!ବିକାଶ ଅଞ୍ଚଳ ବାସୀଙ୍କ ପାଇଁ ସ୍ବପ୍ନ ହୋଇ ରହିଗଲା !
ଭୂପେନ ଥମ୍ବ
ସଭାପତି
ତାଳଚେର ଜନବିକାଶ କଲ୍ୟାଣ ସଙ।

Leave a Reply

Your email address will not be published. Required fields are marked *