୧୮ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲ୍ ପରିବାର ଶିକ୍ଷାବୃତି ପ୍ରଦାନ l
ଦାନଗଦୀ ( ସପନ କର ) :- ଟାଟା ଷ୍ଟିଲ କଳିଙ୍ଗନଗରର (ଟିଏସ୍) ବିସ୍ଥାପିତ ପରିବାରର ୧୮ ଜଣ ଛାତ୍ରଛାତ୍ରୀଙ୍କୁ
ଓଡ଼ିଶାର ଯାଜପୁର ଜିଲ୍ଲାର ଡୁବୁରି ନିକଟସ୍ଥ ଟାଟା ଷ୍ଟିଲ କଳିଙ୍ଗନରର କର୍ପୋରେଟ୍ ସର୍ଭିସେସ୍ ହଲ୍ରେ ସୋମବାର ଦିନ “ ଟାଟା ଷ୍ଟିଲ ପରିବାର ଶିକ୍ଷାବୃତି ୨୦୨୨- ୨୩’ ପ୍ରଦାନ କରାଯାଇଛି ।ଏହି ଅବସରରେ ଟିଏସ୍କେର ମେକାନିକାଲ୍ ମେଟେନାନ୍ସ ବିଭାଗର ଚିଫ୍ ଶଙ୍କର ବିଶ୍ଵାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏସ୍କେର ସିକ୍ୟୁରିଟି ବିଭାଗର ଚିଫ୍ ପ୍ରକାଶ ସଞ୍ଜୟ, ଟିଏସ୍କେର ପୁନର୍ବାସ ଓ ଥଇଥାନ ବିଭାଗର ମୁଖ୍ୟ ସୁବ୍ରତ ମହାପାତ୍ର
ଏବଂ ଟିଏସ୍ ଓ ଟିଏସ୍ଏମ୍ର କର୍ପୋରେଟ୍ ଯୋଗାଯୋଗ ମୁଖ୍ୟ ଶୁଭ୍ରାଂଶୁ ଶେଖର ପଣ୍ଡା ଉପସ୍ଥିତ ଥିଲେ । କଂପାନିର ଅନ୍ୟାନ୍ୟ ଅଧିକାରୀ, ସ୍ଥାନୀୟ ସମାଜର ନେତୃବୃନ୍ଦ ଓ ବିସ୍ଥାପିତ ଲୋକଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅତିଥିମାନେ ଏହି ଛାତ୍ରବୃତି ପ୍ରଦାନ କରିଛନ୍ତି । ମୋଟ ୧୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ ଜଣ ନୂତନ ଭାବେ ଛାତ୍ରବୃତି (ସ୍କଲାରସିପ) ପାଇଛନ୍ତି ଏବଂ ସେମାନେ ଡିପ୍ଲୋମା ପାଠ ପଢ଼ିବାକୁ ଚୟନ କରିଛନ୍ତି । ଛଅ ଜଣ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ପାଠ ପଢୁଛନ୍ତି ଏବଂ ୧୧ ଜଣ ଛାତ୍ରଛାତ୍ରୀ ଡିପ୍ଲୋମା ଇଞ୍ଜିନିୟରିଂ ପଢୁଥିବା ବେଳେ ଜଣେ ଏମ୍ବିଏ ପାଠ ପଢୁଛନ୍ତି । ଏହି ଶିକ୍ଷାବୃତିରେ ପାଠପଢ଼ାର ସମ୍ପୂର୍ଣ୍ଣ ଅବଧି ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସମ୍ପୂର୍ଣ୍ଣ ଟ୍ୟୁସନ ଫି’, ନାମଲେଖା ଫି’ ଏବଂ ହଷ୍ଟେଲ୍ ଦେୟ ସାମିଲ ରହିଛି ।ଶିକ୍ଷାବୃତି ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶଙ୍କର ବିଶ୍ଵାସ କହିଛନ୍ତି ଯେ, “ଟାଟା ଷ୍ଟିଲ ଏହାର କାର୍ଯ୍ୟ କ୍ଷେତ୍ରର ପାରିପାର୍ଶ୍ବିକ ଅଂଚଳର ଲୋକମାନଙ୍କ ବିକାଶ ପ୍ରତି ପ୍ରତିବଦ୍ଧ ରହିଛି ଏବଂ ଏହି ଶିକ୍ଷାବୃତି ହେଉଛି ସେହି ପ୍ରତିବଦ୍ଧତା ଦିଗରେ ଏକ ପଦକ୍ଷେପ । ଏହି ଅଭିଯାନ ସହ ଯୁବପିଢ଼ିଙ୍କୁ ଏକ ଉତମ କ୍ୟାରିୟର ପାଇଁ ପ୍ରସ୍ତୁତ ଓ ସହାୟତା କରିବା ଲାଗି ଟାଟା ଷ୍ଟିଲ୍ ଲକ୍ଷ୍ୟ ରଖିଛି ଯାହା ସେମାନଙ୍କ ପରିବାରର ଜୀବନକୁ ରୂପାନ୍ତରିତ କରିପାରିବ । ଶିଳ୍ପାୟନର ଲାଭ ବିସ୍ଥାପିତ ପରିବାର ପାଖରେ ନିଶ୍ଚିତ ପହଂଚିବା ଦରକାର ଯେଉଁମାନେ
କଳିଙ୍ଗନଗରର ବିକାଶର ସହଯୋଗୀ ହୋଇଛନ୍ତି |’’
୨୦୦୭ରେ ଅଭିଳାଷକୁ ପୂରଣ କରିବା ହେଉଛି ଏହାର ଲକ୍ଷ୍ୟ ଯେଉଁମାନେ ସଚେତନତା ଅଭାବରୁ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଛନ୍ତି । ପରର୍ବତୀ ପିଢ଼ି କେବଳ ଅଣ-କୁଶଳକାର୍ଯ୍ୟରେ ନିଯୁକ୍ତ ନହୋଇ ଶ୍ରେଷ୍ଠମାନଙ୍କ ସହ ପ୍ରତିଦ୍ବନ୍ଦିତାର ସୁଯୋଗ ପାଇବା ବିଷୟକୁ ନିଶ୍ଚିତ କରିବା ଲାଗି ଏହି ସ୍କିମ୍ ଆନ୍ତର୍ଜାତିକ ଶ୍ରେଷ୍ଠ ପ୍ରଥାର ମାନ୍ୟତା ପ୍ରଦାନ କରାଯାଇଛି । ବିଟେକ୍, ଏମ୍ବିବିଏସ୍, ଏମ୍ବିଏ ଓ ଇଞ୍ଜିନିୟରିଂରେ ଡିପ୍ଲୋମା ଭଳି ପ୍ରଫେସନାଲ ପାଠ୍ୟକ୍ରମରେ ବିଭିନ୍ନ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପାଠପଢ଼ିବା ଲାଗି ନାମଲେଖାଇବା ସୁଯୋଗ ହାସଲ କରିଥିବା
ଛାତ୍ରଛାତ୍ରୀମାନଙ୍କୁ ଏହି ସ୍କିମ୍ରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୭ ପରଠାରୁ ଟାଟା ଷ୍ଟିଲ୍ ପକ୍ଷରୁ ବିସ୍ଥାପିତ ପରିବାରର ୨୧୦ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତି
ଦିଆଯାଇଛି । ଏହି କାର୍ଯ୍ୟକ୍ରମର ଲାଭ ହାସଲ କରିବା ଏବଂ ଏକ ଉତମ ଭବିଷ୍ୟତ ପାଇଁ ଦକ୍ଷତା ବିକାଶ କରିବା ନିମନ୍ତେ ବିସ୍ଥାପିତ ପରିବାରର ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲ୍ ପକ୍ଷରୁ ଉତ୍ସାହିତ କରାଯାଉଛି ।