ରାଜ୍ୟ

ପ୍ରତିରକ୍ଷା ପାଇଁ ୬.୨୧ ଲକ୍ଷ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ: ଗୁରୁବାର ଉପସ୍ଥାପିତ ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬ ଲକ୍ଷ ୨୧ ହଜାର ୫୪୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ରାଶି ମୋଟ ବଜେଟର ପ୍ରାୟ ୧୩ ପ୍ରତିଶତ ଥିବାବେଳେ  ୨୦୨୩-୨୪ର ପ୍ରତିରକ୍ଷା ବଜେଟଠାରୁ ପ୍ରାୟ ୪.୭୨ ପ୍ରତିଶତ ଅଧିକ ।

ସରକାରଙ୍କ ପ୍ରତିରକ୍ଷା ବଜେଟରେ ଦୁଇଟି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡ଼ିକ ହେଲା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଓ ରପ୍ତାନି କରିବା । ପ୍ରତିରକ୍ଷା ବଜେଟର ପ୍ରାୟ ୨୭.୬ ପ୍ରତିଶତ ବା ୧ ଲକ୍ଷ ୭୨ ହଜାର କୋଟି ଟଙ୍କା ବିଭିନ୍ନ ରକ୍ଷା ସାମଗ୍ରୀ, ଯୁଦ୍ଧ ସାମଗ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଓ ଭିତ୍ତିଭୂମି ବାବଦରେ ବ୍ୟୟ ହେବ । ପ୍ରତିରକ୍ଷା ପେନସନ ପାଇଁ ୧ ଲକ୍ଷ ୪୧ ହଜାର କୋଟିର ବ୍ୟୟବରାଦ ରହିଛି । ସୀମାନ୍ତରେ ଭିତ୍ତିଭୂମିର ସୁଦୃଢୀକରଣ ପାଇଁ ୬୫୦୦ କୋଟି ଟଙ୍କା ବ୍ୟୟ ହେବ । ସେହିପରି କୋଷ୍ଟଗାର୍ଡ ପାଇଁ ୭୬୫୧ କୋଟର ବ୍ୟୟବରାଦ କରାଯାଇଛି । ପ୍ରତିରକ୍ଷା ଗବେଷଣା ପାଇଁ ଡିଆରଡିଓକୁ ୨୩,୮୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ପ୍ରତିରକ୍ଷା କ୍ଷେତ୍ରରେ ଗବେଷଣା ଓ ନୂଆ ଉଦ୍ଭାବନ ପାଇଁ ୧ ଲକ୍ଷ କୋଟିର କର୍ପସ ପାଣ୍ଠି । ବିଭିନ୍ନ କମ୍ପାନି ଓ ଯୁବ ପ୍ରତିଭାମାନଙ୍କୁ ଋଣ ଏହି ପାଣ୍ଠିରୁ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *