କୁକୁଡାଖଣ୍ଡି ବ୍ଲକ ସମ୍ମୁଖରେ ଓଡିଆ ଭାଷା ସମ୍ମିଳନୀ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
କୁକୁଡାଖଣ୍ଡି( ଇପିଲି ପୂର୍ଣ୍ଣଚନ୍ଦ୍ର) : କୁକୁଡାଖଣ୍ଡି ପଞ୍ଚାୟତ ସମିତିରେ ଆନୁକୁଲ୍ୟରେ ଶନିବାର ଦିନ ପ୍ରଥମ ଓଡିଆ ଭାଷା ସମ୍ମିଳନୀ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଓ ପୁସ୍ତକ କାର୍ଯ୍ୟକ୍ରମ କୁ ପଞ୍ଚାୟତ ସମିତିର ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଉଦ୍ଘାଟନ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ପଲ୍ଲବୀ ସ୍ଵାଇଁ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଓଡିଆ ଭାଷା ସାହିତ୍ୟ ସମ୍ପର୍କିତ ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଲାଠି ଉଚ୍ଚ ବିଦ୍ୟାଳୟର ର ମୁଖ୍ୟ ଶିକ୍ଷକ ରାଜେନ୍ଦ୍ର କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଡଃ ବୁଷକେତୁ ଦାସ, ଅନ୍ୟତମ ଅତିଥି ଭାବେ ସାହିତ୍ୟକ ଗୋକୁଳକୃଷ୍ଣ ପଣ୍ଡା, ଦୀପିକା ଦାସ, ସୋନମୟୀ ପାଢ଼ୀ, ସୁଶାନ୍ତ କର, ଶିବରାମ ମହାକୁଡ଼, ପି. କେଶବ, ଡଃ ସନାତନ ପ୍ରଧାନ, ଭଗବାନ ତ୍ରିପାଠୀ, ଶତ୍ରୁଘ୍ନ ମହାରଣା, କେ . ମଣିବାବୁ, କ୍ଷମପ୍ରବା ଶତପଥୀ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଓଡିଆ ଭାଷା ସାହିତ୍ୟ ସମ୍ପର୍କ ରେ ଆଲୋଚନା କରିବା ସହିତ ସୋ ରଚିତ କବିତା ପାଠ କରିଥିଲେ। ଏହି ଅବସରରେ ବୋଉଳଝୋଲି ମହାଦେବ ନାଟ୍ୟ କଳା ପରିଷଦ ର ନିର୍ଦ୍ଦେଶକ ବାବୁଲା ଭୁୟାଁ ଓ ସାଥୀ କଳାକାର ମାନେ ଭାରତିନୀଳା ନୃତ୍ୟ ପରିବେଷ କରିଥିଲେ। ଏହି କାର୍ଯକ୍ରମ କୁ ପରିଚାଳନା କରିଥିଲେ ଜିପିଓ ସୁପ୍ରଭା ସାହୁ, ଗୋଷ୍ଠୀ ଅର୍ଥ ଅଧିକାରୀ ସିମାଞ୍ଚଳ ମସ୍ତି, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ, ଏଇଇ ଅନୁରାଗ ରଥ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ମହାପାତ୍ର, ସିଡିପିଠ କୁସୁମ କୁମାରୀ ସାହୁ, ଯୋଗାଣ ଅଧିକାରୀ ଧିରେନ୍ ସାହୁ, ବରିଷ୍ଠ କିରାଣୀ ସାହେବ ସବର, ସମେତ ପଞ୍ଚାୟତ ସମିତି ର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ।