ରାଜ୍ୟ

ଫ୍ରାନ୍ସର ଏଇଫେଲ ଟାଓ୍ବାରରେ ଆରମ୍ଭ ହେଲା ୟୁପିଆଇ ପେମେଣ୍ଟ

ପ୍ୟାରିସ୍ : ଭାରତର ନିଜସ୍ୱ ପେମେଣ୍ଟ ସିଷ୍ଟମ ୟୁପିଆଇକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ବଡ ସଫଳତା ମିଳିଛି । ଫ୍ରାନ୍ସର ପ୍ୟାରିସରେ ଥିବା  ବିଶ୍ବ ପ୍ରସିଦ୍ଧ ଏଇଫେଲ ଟାୱାରରୁ ୟୁପିଆଇକୁ ଲଞ୍ଚ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କେନ୍ଦ୍ର ଏଇଫେଲ ଟାୱାରରେ ୟୁପିଆଇ ଆରମ୍ଭ ହୋଇଥିବାରୁ ତାହା ଉପରେ ସମଗ୍ର ବିଶ୍ବର ଫୋକସରେ ରହିବ। ଏହା ସହ ଫ୍ରାନ୍ସ ପ୍ରଥମ ଦେଶ ଭାବେ ୟୁପିଆଇ ଲଞ୍ଚ କରିଛି ।

ଏନପିସିଆଇର ଶାଖା ଏନପିସିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟ (ଏନଆଇପିଏଲ) ୟୁପିଆଇ ଲଞ୍ଚ କରିବା ପାଇଁ ଫ୍ରାନ୍ସଇକ ଇ-କମର୍ସ ଏବଂ ପେମେଣ୍ଟ ପ୍ରୋଭାଇଡର ଲାଇରା ସହିତ ଭାଗିଦାରୀ କରିଛି । ଏହା ଅଧୀନରେ ସମଗ୍ର ଫ୍ରାନ୍ସରେ ୟୁପିଏ ଦେୟ ପ୍ରଦାନ କରାଯିବ। ଏହାକୁ ଏଇଫେଲ ଟାୱାରରୁ ଆରମ୍ଭ କରାଯାଇଛି । ଫ୍ରାନ୍ସରେ ୟୁପିଆଇର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିବା ସହ ୟୁପିଆଇକୁ ବିଶ୍ୱସ୍ତରୀୟ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ଭାରତ ଆସିଥିବାବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରନ ୟୁପିଆଇକୁ ପ୍ରସଂଶା କରିଥିଲେ । ରାଜସ୍ଥାନର ଏକ ଦୋକାନରୁ ଏକ ସାମଗ୍ରୀ କିଣିବାବେଳେ ମୋଦୀ ୟୁପିଆଇରେ ପେମେଣ୍ଟ କରିଥିଲେ । ସେହି ସମୟରେ ମାକାରନ ବି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *