ରାଜ୍ୟ

ଭାରତ ଯଦି ଆକ୍ରମଣ କରିବାକୁ ଚାହୁଁଛି ଆମେ ପ୍ରସ୍ତୁତ: ପାକିସ୍ତାନ

ଇସଲାମାବାଦ: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ୍-ହକ୍ କାକର, ଯାହାଙ୍କୁ ଜନସାଧାରଣ ଏକ କଣ୍ଢେଇ ବ୍ୟତୀତ ଆଉ କିଛି ଭାବନ୍ତି ନାହିଁ, ସେ ଭାରତକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତ ଯଦି ଗିଲଗିଟ୍ ଉପରେ ଆକ୍ରମଣ କରିବାକୁ ଚାହୁଁଛି, ପାକିସ୍ତାନ ପ୍ରସ୍ତୁତ ଅଛି ।କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଭାରତର କାଶ୍ମୀରର କିଛି ଅଂଶକୁ ପାକିସ୍ତାନ ବେଆଇନ ଭାବେ ଦଖଲ କରିଛି, ଯାହାକୁ ପାକିସ୍ତାନ ଆଜାଦ କଶ୍ମୀର ବୋଲି କହୁଛି। ପାକିସ୍ତାନ ନିଜର ପ୍ରଚାର ପ୍ରସାର ପାଇଁ ସୋମବାର କଶ୍ମୀର ଏକତା ଦିବସ ପାଳନ କରୁଛି। ‘କାଶ୍ମୀର ବିଧାନସଭା’ (ପିଓକେ)ରେ ଭାଷଣ ଦେଇ କାକର ଭାରତକୁ ଏହି ଧମକ ଦେଇଛନ୍ତି।ଭାରତ ଅନେକ ବର୍ଷ ଧରି ମିଥ୍ୟା ବୟାନ ଦେଇ ଆସୁଛି। ଏଥିରେ କାଶ୍ମୀରର ‘ସ୍ୱାଧୀନତା ସଂଗ୍ରାମ’କୁ ଆତଙ୍କବାଦ ବୋଲି ଦର୍ଶାଯାଇଛି। ଲୋକଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହା ଏକ ବିଫଳ ପ୍ରୟାସ । ଯଦି କଶ୍ମୀରରେ କିଏ ଆତଙ୍କବାଦୀ ଥାଏ, ତାହା ହେଉଛି ଭାରତ ।ଭାରତ ମଧ୍ୟ ଗିଲଗିଟ ବାଲଟିସ୍ତାନକୁ ନିଜର ବୋଲି ଦାବି କରୁଛି । ଯଦି ଭାରତର ଆକ୍ରମଣ କରିବାର ଅଭିପ୍ରାୟ ଅଛି, ଆମେ ପ୍ରସ୍ତୁତ ଅଛୁ ।

Leave a Reply

Your email address will not be published. Required fields are marked *