ରାଜ୍ୟ

ଗୁଗୁଲ, ଜୋମାଟୋ, ରିଲାଏନ୍ସ ସମେତ ୩୨ଟି କମ୍ପାନି ପାଇବେ ପେମେଣ୍ଟ ଏଗ୍ରିଗେଟର ଲାଇସେନ୍ସ, ରିଜର୍ଭ ବ୍ୟାଙ୍କର ନୀତିଗତ ମଂଜୁରୀ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ୩୨ଟି ସଂସ୍ଥା ବା କମ୍ପାନିଙ୍କୁ ନୀତିଗତଭାବେ ପେମେଣ୍ଟ ଏଗ୍ରିଗେଟର ଲାଇସେନ୍ସ ପ୍ରଦାନ କରାଯାଇଛି । ଏହି କମ୍ପାନିମାନଙ୍କ ମଧ୍ୟରେ ଅଛନ୍ତି ପାଇନ ଲାବ୍ସ, ରେଜରପେ, ରିଲାଏନ୍ସ,,ଗୁଗୁଲ, ଜୋମାଟୋ ଓ ଓ୍ବାର୍ଲଡଲାଇନ ।

୧୮ କମ୍ପାନିଙ୍କ ପେମେଣ୍ଟ ଆଗ୍ରିଗେଟର ଲାଇସେନ୍ସ ଆବେଦନ ଏବେ ବିଚାରାଧିନ ଅଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଫୋନପେ, ମୋବିକ୍ବିକ୍,କ୍ରେଡ୍, ଇନଷ୍ଟାମୋଜୋ ।

ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେତେକ କମ୍ପାନିଙ୍କ ଆବେଦନକୁ ଖାରଜ କରିଦିଆଯାଇଛି । ସେଗୁଡ଼ିକ ମଧ୍ୟରେ ଅଛନ୍ତି ଫ୍ରିଚାର୍ଜ, ପେଟିଏମ, ପେୟୁ ଓ ଟେପିଟସ୍ ଟେକନଲୋଜୀସ ।

ପେମେଣ୍ଟ ଏଗ୍ରିଗେଟର ଲାଇସେନ୍ସ ପାଇଁ ମୋଟ ୧୮୫ଟି ଫିନଟେକ ଫାର୍ମ ଆବେଦନ କରିଥିଲେ । ବିଭିନ୍ନ କାରଣରୁ ଅନେକ କମ୍ପାନିଙ୍କ ଆବେଦନ ରଦ୍ଦ କରିଦିଆଯାଇଛି । ସେଗୁଡ଼ିକ ମଧ୍ୟରେ ଅଛି ସର୍ବନିମ୍ନ ନେଟଓ୍ବର୍ଥ ନଥିବା କେଓ୍ବାସି ସଂପର୍କିତ ପ୍ରସଙ୍ଗରେ ସମସ୍ୟା, କ୍ରିପ୍ଟୋକରେନ୍ସି କାରବାର ନେଇ ଅତୀତ ରେକର୍ଡ ଇତ୍ୟାଦି ।

ମୁଖ୍ୟ ଯୋଗ୍ୟତା ଥିଲା ପେମେଣ୍ଟ ଆଗ୍ରିଗେଟରମାନଙ୍କ ନେଟ ଓ୍ବର୍ଥ (ମୋଟ ସଂପତ୍ତି) ମାର୍ଚ୍ଚ ୨୦୨୧ ସୁଦ୍ଧା ଅତି କମରେ ୧୫ କୋଟି ଓ ୨୦୨୩ ମାର୍ଚ୍ଚ ସୁଦ୍ଧା ୨୫ କୋଟି ଟଙ୍କା ଥିବ ।

Leave a Reply

Your email address will not be published. Required fields are marked *