ରାଜ୍ୟ

ଗଣତନ୍ତ୍ରର ହତ୍ୟା : ଚଣ୍ଡିଗଡ଼ ମେୟର ନିର୍ବାଚନରେ ଜାତିଆତିକୁ ନେଇ ସୁପ୍ରିମକୋର୍ଟ କ୍ଷୁବଧ

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା। ଏହି ସମୟରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୩ ଜଣ ବିଚାରପତି ଶୁଣାଣି କରିଥିଲେ। ଶୁଣାଣିବେଳେ ସୁପ୍ରିମ୍ କୋର୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ କଡ଼ା ସମାଲୋଚନା କରିଥିଲେ। ରିଟର୍ଣ୍ଣିଂ ଅଫିସରଙ୍କୁ କଡ଼ା ସମାଲୋଚନା କରିବା ସହ ଖଣ୍ଡପୀଠ କହିଛନ୍ତି ଯେ ରିଟର୍ଣ୍ଣିଂ ଅଫିସର ବାଲଟ୍ ପେପରକୁ ବିକୃତ କରିଥିଲେ। ଏହା ଗଣତନ୍ତ୍ରର ହତ୍ୟା ବୋଲି କୋର୍ଟ କହିଛନ୍ତି ।ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ପ୍ରିଜାଇଡିଂ ଅଫିସର ବାଲଟ ପେପରକୁ ବିକୃତ କରିଛନ୍ତି ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ଆସନ୍ତା ଫେବ୍ରୁଆରି ୭ ତାରିଖରେ ହେବାକୁ ଥିବା ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନର ପ୍ରଥମ ବୈଠକକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଆପ୍ କାଉନସିଲର କୁଲଦୀପ କୁମାରଙ୍କ ଦ୍ୱାରା ଦାୟର ଏକ ପିଟିସନର ଶୁଣାଣି କରିଥିଲେ ।  ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ପୁନଃ ନିର୍ବାଚନ ପାଇଁ ସେ କରିଥିବା ଆବେଦନ ଉପରେ କୌଣସି ଅନ୍ତରୀଣ ରିଲିଫ୍ ଦେବାକୁ ହାଇକୋର୍ଟ ମନା କରିଦେଇଥିଲେ ।

Leave a Reply

Your email address will not be published. Required fields are marked *