ରାଜ୍ୟ

ଶ୍ୱବିଖ୍ୟାତ ସନ୍ଥ ଭାବାତିତ ଧ୍ୟାନ ଯୋଗ ଓ ବେଦ ବିଜ୍ଞାନର ପ୍ରବର୍ତ୍ତକ ମହର୍ଷି ମହେଶ ଯୋଗୀଙ୍କ ମହା ପ୍ରୟାଣ ଦିବସ ପାଳିତ

ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ବିଶ୍ୱବିଖ୍ୟାତ ସନ୍ଥ ଭାବାତିତ ଧ୍ୟାନ ଯୋଗ ଓ ବେଦ ବିଜ୍ଞାନର ପ୍ରବର୍ତ୍ତକ ମହର୍ଷି ମହେଶ ଯୋଗୀଙ୍କ ମହା ପ୍ରୟାଣ ଦିବସ ପାଳିତ ହୋଇଯାଇଅଛି I ଉକ୍ତ କାର୍ଯ୍ୟକ୍ରମକୁ ସ୍ୱାମୀ ଅଭିରାମ ସରସ୍ୱତୀ ଉଦ୍ଘାଟନ କରିଥିଲେ I ଅତିଥି ମାନଙ୍କ ଦ୍ୱାରା ପ୍ରଦୀପପ୍ରଜ୍ୱଳନ, ରିକବେଦ ପଣ୍ଡିତ ଇତିକାନ୍ତଙ୍କ ଦ୍ୱାରା ବେଦ ପାଠ ଓ ମହର୍ଷି ପବ୍ଲିକ ସ୍କୁଲ ସମୂହ ଓ ବେଦିକ ଇଂଟର୍ନସନାଲ ଫାଉଂଡେସନର ଅଧ୍ୟକ୍ଷ ଡ଼. ପବିତ୍ର ମୋହନ ସାମନ୍ତରାୟଙ୍କ ଦ୍ୱାରା ଗୁରୁ ପୂଜନ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା I ମୁଖ୍ୟ ଅତିଥି ସ୍ୱାମୀ ଅଭିରାମ ପରମହଂସ ଜି ମହାରାଜ, ମୁଖ୍ୟ ବକ୍ତା ପ୍ରାଧ୍ୟାପକ ଡ଼. ବ୍ରଜବନ୍ଧୁ ପଣ୍ଡା, ସମ୍ମାନିତ ଅତିଥି ଶ୍ରୀ ଶ୍ରୀ ରବିଶଙ୍କର ବିଶ୍ୱବିଦ୍ୟାଳୟର ନିର୍ଦେଶକ ପ୍ର. ଡ଼. ରବିନାରାୟଣ ଶତପଥି ପ୍ରମୁଖ ମହର୍ଷିଙ୍କ ଜୀବନା ଦର୍ଶନ ଉପରେ ଆଲୋକପାତ କରିବା ସହ ବେଦ ବିଜ୍ଞାନର ପ୍ରଚାର ପ୍ରସାର ଓ ବିଶ୍ବସାନ୍ତି ପାଇଁ ତାଙ୍କ ଅତୁଳନୀୟ ଅବଦାନ ବିଷୟରେ ସବିଶେଷ ଆଲୋଚନା କରିଥିଲେ I
ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ବିଭିନ ଅଂଚଳରୁ ଅନେକ ମହର୍ଷିଙ୍କ ଶିଷ୍ୟ ଯଥା ଢେଙ୍କାନାଳ ବେଦ ବିଜ୍ଞାନ ବିଦ୍ୟାପୀଠର ପ୍ରଭାରୀ ବ୍ରଜ ସୁନ୍ଦର ନାୟକ, କୈଳାଶ ଚନ୍ଦ୍ର ମହାରଣା, ଭୁବନେଶ୍ୱର ବିଦ୍ୟାମନ୍ଦିରର ସିଦ୍ଧି ଶିକ୍ଷକ ଦମ୍ପତି ଦିଲୀପ ଦାସ ଓ ଦିପଞ୍ଜଳି ଦାସ, କଟକର ବରିଷ୍ଠ ଧ୍ୟାନଶିକ୍ଷକ ସରୋଜ ରଞ୍ଜନ ଶତପଥି, ସତ୍ୟ ସାମଲ, ବରିଷ୍ଠ ଧ୍ୟାନଶିକ୍ଷକ ମନମୋହନ ପଣ୍ଡିତ ଯୋଗ ଦେବା ସହ ସେମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ମହର୍ଷିଙ୍କ ଅନୁଗାମୀ ନିଜକୁ ସାମିଲ କରିଥିଲେ I
ସଂସ୍ଥାର ପ୍ରାନ୍ତୀୟ ସଂଯୋଜକ ବିଜୟାନନ୍ଦ ମିଶ୍ରଙ୍କ ସଭା ପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବରିଷ୍ଠ ଧ୍ୟାନଶିକ୍ଷକ ମନୋରଞ୍ଜନ ମିଶ୍ର ସଂଚାଳନ କରିଥିବା ବେଳେ ଭାବାତିତ ଧ୍ୟାନ ଶିକ୍ଷକ ଅଶୋକ ସାହୁ ଧନ୍ୟବାଦ କରିଥିଲେ

Leave a Reply

Your email address will not be published. Required fields are marked *