କଣିହାଁ ବିଜିଗୋଳ ମଣ୍ଡି ବୁଲିଲେ ରାଜ୍ୟ ବିଜେପି ଉପ ସଭାପତି ଗୋଲଖ ମହାପାତ୍ରମିଲ ମାଲିକ ଓ ରାଜ୍ୟ ସରକାରଙ୍କ ମିଲି ଭଗତରେ ଚାଷୀ ଙ୍କୁ ଶୋଷଣ ଚାଲିଛି-ଗୋଲଖ ମହାପାତ୍ର
କଣିହାଁ/ତାଳଚେର:ତା ୬/୨: ତାଳଚେର ନିର୍ବାଚନ ମଣ୍ଡଳୀର କଣିହାଁ ମଣ୍ଡଳରେ ବିଜେପି ରାଜ୍ୟ ଉପ ସଭାପତି ତଥା ପ୍ରବକ୍ତା ଗୋଲଖ ମହାପାତ୍ର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।ବିଜିଗୋଳ ପଂଚାୟତ ରେ ଥିବା ବିଜିଗୋଳ ସେବା ସମବାୟ ସମିତି ଧାନ ମଣ୍ଡି କୁ ଶ୍ରୀ ମହାପାତ୍ର ସୋମବାର ଦିନ ପରିଦର୍ଶନ କରି ମିଲମାଲିକ ଓ ରଜ୍ୟ ସରକାରଙ୍କ ମିଲି ଭଗତ ରେ ଚାଷୀଙ୍କୁ ଶୋଷଣ କରାଯାଉଛି ବୋଲି କହିଥିଲେ।ମଣ୍ଡି ରେ ଚାଷୀ ଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନାହିଁ, କେନ୍ଦ୍ର ମୋଦୀ ସରକାର ଚାଷୀ ଙ୍କ ପାଇଁ ଧାନ ର ଏମ ଏସ ପି ମୂଲ୍ୟ ୨୧୮୩ ଟଙ୍କା ଦେଉଥିବା ବେଳେ ବାସ୍ତବରେ ଚାଷୀ ଙ୍କ ପାଖରେ ତାହା ପହଞ୍ଚି ପାରୁନାହିଁ।ଚାଷୀ ଙ୍କ ପାଇଁ ଅଖା, ସୁତୁଲୀ, ପରିବହନ ବ୍ୟବସ୍ଥା ସହ ମଣ୍ଡି ରେ ସମସ୍ତ ବ୍ୟବସ୍ଥା ମୋଦି ସରକାର ଦେଉଥିଲା ବେଳେ ଆମ ରାଜ୍ୟରେ ତାହା ଚାଷୀ ଙ୍କୁ ମିଳୁନାହିଁ।ରାଜ୍ୟ ସରକାର ମଣ୍ଡି ରେ କଟନୀ ଛଟନୀ କରି ଚାଷୀ ଙ୍କ ଧାନ ରୁ କ୍ୱିଣ୍ଟାଲ ପିଛା ୧୫ ରୁ ୨୦ କିଲୋ କାଟିବା ,ଚାଷୀ ଙ୍କ ଧାନ କୁ ଦଲାଲ କୁ କମ ଦରରେ ବିକ୍ରି କରାଇବା ପାଇଁ ପ୍ରବର୍ତ୍ତାଇବା ଭଳି କାର୍ଯ୍ୟ କରୁଛନ୍ତି।ଚାଷୀ ତାର ହକ ପାଉନାହିଁ ବୋଲି ସେ କହିଛନ୍ତି।ଚାଷୀ ଙ୍କ ହକ ପାଇଁ ବିଜେପି ଲଢେ଼ଇ ଜାରୀ ରଖିଛି ଏବଂ ଆଗାମୀ ଦିନରେ ଚାଷୀ ସମାଜ ଏ ଦୁର୍ନୀତି ଗ୍ରସ୍ତ ସରକାର ବିରୁଦ୍ଧରେ ଏକ ହୋଇ ଲଢ଼ିବା ପାଇଁ ସେ ଆହ୍ୱାନ ଦେଇଥିଲେ।ଆଜିର ଏହି ମଣ୍ଡି ପରିଦର୍ଶନ ରେ ତାଳଚେର ବିଜେପି ର ବିଧାନସଭା ନେତା କାଳନ୍ଦି ସାମଲ, ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ, ଲୋକନାଥ ସାହୁ, ସୁଶାନ୍ତ ସାମଲ, ସୁଲେନ ଧର ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।ଶ୍ରୀ ମହାପାତ୍ର କଣିହାଁ ମଣ୍ଡଳ ରେ ଗଦା ଶିଳା ପଂଚାୟତ ବୈଠକ, ଅନନ୍ତ ଶୟନ ବିଷ୍ଣୁ ମୂର୍ତ୍ତି ରେ ପୂଜାର୍ଚ୍ଚନା, ବିଜିଗୋଳ ୨୨ ନମ୍ବର ବୁଥ ରେ ଗ୍ରାମକୁ ଚାଲ ଅଭିଯାନ, ବିଜିଗୋଳ ରେ ପରିବାର ସମ୍ପର୍କ ଅଭିଯାନ, ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।କଣିହାଁ ମଣ୍ଡଳ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ କରା ଯାଇଥିଲା।