ରାଜ୍ୟ

ବ୍ରହ୍ମପୁରରେ ପ୍ରଥମଥର ପାଇଁ ଅତ୍ୟାଧୁନିକ ଇ.ଏଣ୍ଡ ଟି ଚିକିତ୍ସା ଏବଂ ଅସ୍ତ୍ରପ୍ରଚାର ସୁବିଧା ଯୋଗାଇବ କବଚ ସେବା ସଦନ

ବ୍ରହ୍ମପୁର- ଦେଶର ଅନ୍ୟ ପ୍ରମୁଖ ସହର ଭଳି ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ପ୍ରଥମଥର ପାଇଁ ଅତ୍ୟାଧୁନିକ ଇ.ଏଣ୍ଡ ଟି ଚିକିତ୍ସା ଏବଂ ଅସ୍ତ୍ରପ୍ରଚାର ସୁବିଧା ଯୋଗାଇବ କବଚ ସେବା ସଦନ । ସେବା ସଦନର ଉଦଘାଟନ ଅବସରରେ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ଏଭଳି ସୂଚନା ଦେଇଛନ୍ତି କବଚ ସେବା ସଦନ ପରିଚାଳନା ନିର୍ଦ୍ଧେଶକ ଡାକ୍ତର ପ୍ରିୟଜିତ ପାଣିଗ୍ରାହୀ । ପ୍ରଥମଥର ପାଇଁ ରେଶମ ସହରରେ ଏଭଳି ଇ.ଏଣ୍ଡ ଟି ହସପିଟାଲ ଯାହାକି ଅତ୍ୟାଧୁନିକ ସେବା ଯୋଗାଇଦେବା ସହିତ ଏଠାରେ ଖୁବଶ୍ରୀଘ୍ର ଅତ୍ୟାଧୁନିକ ଅସ୍ତ୍ରପ୍ରଚାର ପାଇଁ ଆବଶ୍ୟକିୟ ଜ୍ଞାନ କୌଶଳ ଓ ମେଡିକାଲ ଉପଯୋଗୀ ଯନ୍ତ୍ରପାତି ବ୍ୟବହାର କରି ଏଠାରେ ଟନସିଲ୍ ଓପଟୋମି ଭଳି ଅସ୍ତ୍ରପ୍ରଚାରକୁ ଲେଜର ଓ କୋବଲାସନ୍ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି । ଏପରିକି ଏଠାରେ ଶିଶୁ ମାନେ ଜନ୍ମ ପରେ ଯେଉଁ ଶ୍ରବଣ ଶକ୍ତି ହରାଇଥାନ୍ତି ତାହାକୁ ଯେପରି ଶିଶୁ ଜନ୍ମ ପରେ ତାଙ୍କ ଅଭିଭାବକ ମାନେ ଜାଣିପାରିବେ ଏ ନେଇ ଓ.ଏ.ଇ ଚିକିତ୍ସା ପଦ୍ଧତି ମାଧ୍ୟମରେ ଏଠାରେ ଉପଲ୍ଲବ୍ଧ କରାଯିବ ବୋଲି କହିଛନ୍ତି ଡାକ୍ତର ପାଣିଗ୍ରାହୀ । ଏପରିକି ଶିଶୁଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମାନେ ରାତ୍ର ସମୟରେ ଶୋଇବା ସମୟରେ ପାଟି ଖୋଲି ଶୋଇଥାନ୍ତି ଏବଂ ଘୁଙ୍ଘୁଡି ମାରିଥାନ୍ତି , ତାହାକୁ ନେଇ ମଧ୍ୟ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ଏଣ୍ଡୋସ୍କୋପି ମାଧ୍ୟମରେ ଚିକିତ୍ସା ବ୍ୟବସ୍ଥା ଇଭୋଲୋ ପଲାଟ ପ୍ଲାରିଙ୍ଗ୍ ପ୍ଲାଷ୍ଟିକ୍ ସର୍ଜରୀ ଯାହାକି ଲେଜର୍ ମାଧ୍ୟମରେ କରାଯିବ ବୋଲି କହିଛନ୍ତି ।
ଏହି ସଦନରେ ଇଏଣ୍ଡଟି ଚିକିତ୍ସା ସହିତ ଅନ୍ୟ ରୋଗର ଓପିଡି ବ୍ୟବସ୍ଥା ୟୁରୋଲୋଜି ,ନିରୋଲୋଜି , ନିରୋ ସର୍ଜରୀ , ମେଡିସନ୍ , ସାଧାରଣ ସର୍ଜରୀ ବିଭାଗ ସହିତ ସ୍ତ୍ରୀ ଓ ପ୍ରସ୍ତୁତି ରୋଗ ଉପଲ୍ଲବ୍ଧ ରହିଥିବା କହିଛନ୍ତି । ମୁଖ୍ୟତଃ ଆମ ଦେଶରେ ୬ ରୁ ୧୦ ପ୍ରତିଶତ ଶିଶୁ ମାନେ ଜନ୍ମ ହେବା ପରେ ସେମାନଙ୍କ କାନ କୁ ଶ୍ରବଣ ଶକ୍ତି ନଥାଏ । ହେଲେ ତାହା ଜଣାପଡିନଥାଏ । ଯେତେବେଳେ ଶିଶୁଟି ବଡ ହୋଇଥାଏ ସେତେବେଳେ ପରିବାର ବର୍ଗ ଏହା ଚିକିତ୍ସକଙ୍କୁ ଅବଗତ କରାଇଥାନ୍ତି । ହେଲେ ଡାକ୍ତରଙ୍କୁ ଜଣାଇବା ସମୟରେ ତାହା ବହୁ ମାତ୍ରାରେ ବିଳମ୍ୱ ହୋଇଯାଇଥାଏ । ଏଣୁ ଏହା ଯଥା ପୂର୍ବରୁ ଜାଣିପାରିଲେ ତାହାର ସଠିକ୍ ଉପଚାର ହୋଇପାରିବ ବୋଲି କହିଛନ୍ତି ବ୍ରହ୍ମପୁରର ଏହି ବରିଷ୍ଠ ଚିକିତ୍ସକ ।

Leave a Reply

Your email address will not be published. Required fields are marked *