ସବାଇ ଘାସ ସାମଗ୍ରୀ ସମ୍ପର୍କିତ ତାଲିମ ଶିବିର ଉଦଯାପିତ
ବାରିପଦା :
ଓମ୍ବାଡସି ସହାୟତାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୁଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ଆୟୋଜିତ ନଙ୍ଗଳକଟା ମୁଳୁଚାନ୍ଦ କାରିଗର ଉତ୍ପାଦକ ସଂଗଠନ ଆନୁକୂଲ୍ୟରେ ଆଦିବାସୀ ମହିଳା କାରିଗରମାନଙ୍କ ପାଇଁ ସବାଇଘାସ ସାମଗ୍ରୀର ବବିଧକରଣ ଉପରେ ଆୟୋଜିତ ଏକ ୧୦ ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଅଛି। ଏହି ତାଲିମ ଶିବରରେ ନଙ୍ଗଳକଟା, ରଙ୍ଗାମାଟିଆ, କେ.ସି.ପୁର ଇତ୍ୟାଦି ଗ୍ରାମରୁ ୫୦ଜଣ ଆଦିବାସି ମହିଳା କାରିଗର ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଅଧିବେଶନରେ ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି, ହସ୍ତଶିଳ୍ପ ବିଭାଗର ସହ-ନିର୍ଦ୍ଦେଶିକା ସୌମ୍ୟା ସୁରଭିତା ସିଂ ଅତିଥି ଭାବରେ ଯୋଗ ଦେଇ ମହିଳା କାରିଗରମାନଙ୍କୁ ଉତ୍ସାହିତ କରିଥିଲେ । ତାଲିମ ଶିବିରର ମୁଖ୍ୟ ପ୍ରଶିକ୍ଷକ ଗୌତମ
ମୋଦକ ଶିବିର ପରିଚାଳନା କରିଥିବା ବେଳେ,
ମହିଳାମାନଙ୍କୁ ସଂଗଠିତ କରି ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଏହି ସାମଗ୍ରୀର ବିବିଧକରଣ କରି ମହିଳା ମାନେ ସ୍ଵାବଲମ୍ବୀ ହୋଇପାରୁଛନ୍ତି । ଏବଂ ଜିଲ୍ଲା ହସ୍ତଶିଳ୍ପ ବିଭାଗ ତରଫରୁ ବିଭିନ୍ନ ଯୋଜନାରେ ଅର୍ନ୍ତଭୁକ୍ତ ହୋଇ କାରିଗର ମାନେ ସବାଇଘାସ ଶିଳ୍ପର ଆହୁରି ଉନ୍ନତି କରିପାରିବେ ବୋଲି ବକ୍ତା ମାନେ କହିଥିଲେ । ଉଦଯାପନୀ ଅଧିବେଶନକୁ ଏସସି ଏସଟି ଆରଟିଆଇ ର କାର୍ଯ୍ୟକ୍ରମ ଅଧିକାରୀ ଚିନ୍ତାମଣୀ ମହାପାତ୍ର ସଂଚାଳନ କରିଥିବା ବେଳେ, ଜିଲ୍ଲା ସଂଯୋଜକ ବୁଧୁରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମୁଲୁଚାନ୍ଦ କାରିଗର ଉତ୍ପାଦକ ସଂଗଠନର ସଭାନେତ୍ରୀ କୁନି ସିଂ, ସଂପାଦିକା ରମିତା ସିଂ ଓ କୋଷାଧ୍ୟକ୍ଷା ନିଶାମଣି ନାଏକ ପ୍ରମୁଖ ସହଯୋଗ କରିଥିଲେ ।