ରାଜ୍ୟ

ଶୁଭମ ଙ୍କୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତା ଙ୍କ ଦ୍ଵାରା ସମ୍ବର୍ଦ୍ଧନାସ୍ୱତନ୍ତ୍ର ଭାବେ ଅନୁଗୁଳ ଜିଲ୍ଲାରୁ ୩୨ କାର୍ଯ୍ୟକର୍ତା ଙ୍କ ଅଯୋଧ୍ୟା ଯାତ୍ରା

ତାଳଚେର: ତା ୧୦/୨: ଦୀର୍ଘ ୫୦୦ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଙ୍କର ଜନ୍ମସ୍ଥାନ ରେ ନିର୍ମିତ ମନ୍ଦିରରେ ଜାନୁଆରୀ ୨୨ ରେ ବିଗ୍ରହ ରେ ରାମ ଲାଲା ଙ୍କର ପ୍ରାଣ ପ୍ରତିଷ୍ଠା ହୋଇଯାଇଛି।ଆଜି ଶନିବାର ଅନୁଗୁଳ ଜିଲ୍ଲାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ବିବିଧ କ୍ଷେତ୍ରର ପ୍ରମୁଖ ୩୨ ଜଣ କାର୍ଯ୍ୟକର୍ତା ଅଯୋଧ୍ୟା ଯାତ୍ରା କରିଛନ୍ତି।ସ୍ୱତନ୍ତ୍ର ଭାବେ ଆସ୍ଥା ସ୍ପେସିଆଲ ଟ୍ରେନ ଯୋଗେ ଅଯୋଧ୍ୟା ଯାତ୍ରା କରିଛନ୍ତି।ଏ ପରିପ୍ରେକ୍ଷୀରେ ତାଳଚେର ରୁ ଅଯୋଧ୍ୟା ପାଦ ରେ ଚାଲି ଚାଲି ଯାଇ ଭଗବାନ ରାମଚନ୍ଦ୍ର ଙ୍କୁ ଦର୍ଶନ କରି ଫେରିଥିବା ଶୁଭମ ସାହୁ ଙ୍କୁ ତାଳଚେର ରେଲୱେ ଷ୍ଟେସନ ଠାରେ ଅଯୋଧ୍ୟା ଯାଉଥିବା ରାମଭକ୍ତ ତଥା ସଂଘ ର କାର୍ଯ୍ୟକର୍ତା ମାନେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଅନୁଗୁଳ ଜିଲ୍ଲାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ସହ ଜିଲ୍ଲା ସଂଘ ଚାଳକ ଗିରିଧାରୀ ଶତପଥୀ, ଜିଲ୍ଲା କାର୍ଯ୍ୟବାହ ଅନିଲ ମହାନ୍ତି, ସହ ଜିଲ୍ଲା କାର୍ଯ୍ୟବାହ ବାବୁଲି ସାମଲ, ବରିଷ୍ଠ କାର ସେବକ ପର୍ଶୁରାମ ବାରିକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାୟାଧର ସାହୁ, ଛେଣ୍ଡିପଦା ଖଣ୍ଡ ସଂଘ ଚାଳକ ବିରଞ୍ଚି ନାରାୟଣ ସାହୁ, ବିଏମେଏସ କାର୍ଯ୍ୟକର୍ତା ଶ୍ରୀନିବାସ ଖୁଣ୍ଟିଆ, ଜିତେନ୍ଦ୍ର ସାହୁ, ସୂର୍ଯ୍ୟକାନ୍ତ ମହାନ୍ତି, ଶ୍ରୀକାନ୍ତ ବିଶ୍ୱାଳ, ବିଭୁତି ସ୍ୱାଇଁ ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।ଅଯୋଧ୍ୟା ଯାତ୍ରା ମଙ୍ଗଳ ମୟ ହେଉ ବୋଲି ଶୁଭମ ମଙ୍ଗଳ କାମନା କରିଥିଲେ।

Leave a Reply

Your email address will not be published. Required fields are marked *