ଅନୁଗୁଳ ଜିଲ୍ଲା ରାମଭକ୍ତ ଙ୍କୁ ଅଯୋଧ୍ୟାରେ ସମ୍ବର୍ଦ୍ଧନା
ତାଳଚେର/ଅଯୋଧ୍ୟା:ତା୧୨/୨:ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ମନ୍ଦିର ରେ ଜାନୁଆରୀ ୨୨ ତାରିଖରେ ପ୍ରଭୁ ରାମ ଲାଲା ଙ୍କର ପ୍ରାଣ ପ୍ରତିଷ୍ଠା ହୋଇଯାଇଛି।ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତଥା ବିଭିଧ କ୍ଷେତ୍ରର କାର୍ଯ୍ୟକର୍ତା ଅକ୍ଷତ ବଣ୍ଟନ ନିମନ୍ତ୍ରଣ ପତ୍ର ବଣ୍ଟନ ର ପ୍ରମୁଖ ଦାୟିତ୍ୱ ନେଇଥିଲେ। ଅନୁଗୁଳ ଜିଲ୍ଲାରୁ ଅଯୋଧ୍ୟା ଆସିଥିବା କାର୍ଯ୍ୟକର୍ତା ତଥା ରାମଭକ୍ତ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଅଯୋଧ୍ୟା ଜିଲ୍ଲା ଧର୍ମ ଜାଗରଣ ପ୍ରମୁଖ ତଥା ଗୋରଖପୁର ମୂଳ ନିବାସୀ ଡା ଜ୍ଞାନେନ୍ଦ୍ର ଦୁବେ,ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନିମନ୍ତ୍ରିତ ଥିବା ଭାରତ ର ସର୍ବ କନିଷ୍ଠ ଅତିଥି ଇଂ ସିଦ୍ଧାନ୍ତ ଦୁବେ ଙ୍କ ସହ ବରିଷ୍ଠ କାର୍ଯ୍ୟକର୍ତା ମାନେ ଅନୁଗୁଳ ଜିଲ୍ଲା ରୁ ଅଯୋଧ୍ୟା ଯାଇଥିବା ସଂଘ ର କାର୍ଯ୍ୟକର୍ତା ମାନଙ୍କୁ ସୋମବାର ସମ୍ବର୍ଦ୍ଧନା ଦେଇଥିଲେ।ଅନୁଗୁଳ ଜିଲ୍ଲାର ସହ ଜିଲ୍ଲା କାର୍ଯ୍ୟବାହ ବାବୁଲି ସାମଲ,ବରିଷ୍ଠ କାର ସେବକ ପର୍ଶୁରାମ ବାରିକ,ଆର ଏସ ଏସ ର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାୟାଧର ସାହୁ, ତାଳଚେର ନଗର କାର୍ଯ୍ୟବାହ ସୂର୍ଯ୍ୟକାନ୍ତ ମହାନ୍ତି, ସଂଘ ର ସ୍ୱୟଂ ସେବକ ନିପୁ ଭୁତିଆ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ପ୍ରକାଶ ଥାଉକି ତାଳଚେର ରୁ ଅଯୋଧ୍ୟା ପାଦ ରେ ଚାଲି ଚାଲି ଆସିଥିବା ଶୁଭମ ସାହୁ ଙ୍କୁ ଅଯୋଧ୍ୟାରେ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ତିନିଦିନ ଆତିଥ୍ୟ ପ୍ରଦାନ ଉକ୍ତ ପରିବାର କରିଥିଲେ।