ବ୍ଲକ୍ ବିଜ୍ଞାନ କଂଗ୍ରେସର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ
ଶିକ୍ଷାର୍ଥୀଙ୍କ ମନରେ ବୈଜ୍ଞାନିକ ଚିନ୍ତାଧାରା ଓ ଅନ୍ଵେଷଣ ପ୍ରବୃତ୍ତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ’ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ କରାଯାଉଛି। ଏହି ଅଭିଯାନ ମାଧ୍ୟମରେ ଚଳିତ ବର୍ଷ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ବିଜ୍ଞାନ ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବନା ସାହୁ,ସମ୍ମାନିତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ,ମୋହନ ଚରଣ ମହାନ୍ତ,ସିଆରସିସି ନିରଂଜନ ପଟେଲ ,ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଲୟ, ଭୁକ୍ତାର ଅଧ୍ୟାପକ ଶୁଭେନ୍ଦୁ କୁମାର ସାହୁ ଓ ଡଃ ଜୟନ୍ତ କୁମାର ସାହୁ , ଗୋଷ୍ଠୀ ବିଜ୍ଞାନ ମଞ୍ଚର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଓ ମନୋହର ସାହୁ ଯୋଗ ଦେଇଥିଲେ।ଏହି ଅଭିଯାନରେ ବ୍ଲକର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହିତ ବିଜ୍ଞାନ ସମ୍ବନ୍ଧୀୟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମରେ ୪୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।କର୍ମଶାଳାରେ ଶିକ୍ଷାର୍ଥୀମାନେ ଅଂଶ ଗ୍ରହଣ କରି ଏଲଇଡି ବଲବ ମରାମତି କିପରି କରିହେବ ଶିକ୍ଷାଲାଭ କରିଥିଲେ। କର୍ମଶାଳାରେ ମହାନଦୀ ହାଇସ୍କୁଲ, ବାଞ୍ଜିପାଲିର ଗିରିଧାରୀ ଭୈଷା , ଦ୍ୱାରୀକାଧୀଶ ହାଇସ୍କୁଲର ମାନସ ନାଏକ ଓ ଜନତା ଉଚ୍ଚ ବିଦ୍ୟାଳୟ ଭୁକ୍ତାର ରୋଶନ ପଧାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେମିନାରରେ ବରିଷ୍ଠ ବିଭାଗରୁ ଉତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟର ରକ୍ଷାବତୀ ଦୁଆନ ପ୍ରଥମ, ଜନତା ଉଚ୍ଚ ବିଦ୍ୟାଳୟ, ଭୁକ୍ତାର ଗୋମତୀ ଗଡତୀୟା ଦ୍ଵିତୀୟ ଓ ମହାନଦୀ ହାଇସ୍କୁଲ, ବାଞ୍ଜିପାଲିର ଗିରିଧାରୀ ଭୈଷା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଠିକ ସେହିପରି କନିଷ୍ଠ ବିଭାଗରୁ ସେମିନାରରେ ଉତ୍ତମ ହାଇସ୍କୁଲର ରାଣୀ ମାଝୀ, ସାଉନ୍ତାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇତିଶ୍ରୀ ଭୋଇ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଞ୍ଜିପାଲିର ସତ୍ୟମ୍ ସ୍ଵରୂପ ମହାପାତ୍ର ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୁଇଜ୍ ପ୍ରତିଯୋଗୀତାରେ ବରିଷ୍ଠ ବିଭାଗରୁ ପୁରୁଷୋତ୍ତମ ହାଇସ୍କୁଲ, ରୁଚିଦାର ସାଇରାଜ ପାଣ୍ଡେ ପ୍ରଥମ,ଦ୍ବାରିକାଧୀଶ ହାଇସ୍କୁଲ ଦ୍ୱାରୀର ମାନସ ନାଏକ ଦ୍ଵିତୀୟ ଓ ଜନତା ଉଚ୍ଚ ବିଦ୍ୟାଳୟ, ଭୁକ୍ତାର ରୋଶନ ପଧାନ ଏବଂଉତ୍ତମ ହାଇସ୍କୁଲର ରକ୍ଷାବତୀ ଦୁଆନ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। କନିଷ୍ଠ ବିଭାଗରୁ କୁଇଜ୍ ପ୍ରତିଯୋଗୀତାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଞ୍ଜିପାଲିର ଚନ୍ଦନ ବାଗ, ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଡପଲାର ଓମ୍ ନାୟକ ଓ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟ, କପାଶିରାର ଦିବ୍ୟା ନାଏକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ କୃତୀ ପ୍ରତିଯୋଗମାନଙ୍କୁ ଅତିଥିବୃନ୍ଦ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।ସିଆରସିସି ମହେନ୍ଦ୍ର ପଧାନ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ସିଆରସିସି କେଦାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବ୍ଲକର ସମସ୍ତ ସିଆରସିସି ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ