ରାଜ୍ୟ

ୟୁଏଇରେ ବି ମିଳିବ ଭାରତର ୟୁପିଆଇ ଓ ରୁପେ ସେବା

ଆବୁଧାବି : ବିଦେଶରେ ମଧ୍ୟ ଭାରତର ୟୁପିଆଇର ଜୟଯାତ୍ରା ଜାରି ରହିଛି। ଆଜି ( ମଙ୍ଗଳବାର) ୟୁଏଇରେ ଭାରତର ୟୁପିଆଇ ଓ ରୁପେ କାର୍ଡ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହା ପୂର୍ବରୁ ଭାରତ ସମେତ ୬ଟି ଦେଶରେ ୟୁପିଆଇ ସେବା ପ୍ରଚଳିତ ଥିଲା । ସେସବୁ ଦେଶ ହେଉଛନ୍ତି ଫ୍ରାନ୍ସ, ସିଙ୍ଗାପୁର, ମରିସସ, ଶ୍ରୀଲଙ୍କା ଓ ଭୁଟାନ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ ମଙ୍ଗଳବାର ଏଠାରେ ୟୁପିଆଇ ରୁପେ କାର୍ଡ ସେବାର ଶୁଭାରମ୍ଭ କରିଛନ୍ତି। ଉଭୟ ନେତାଙ୍କ ଉପସ୍ଥିତିରେ ଭାରତ ଏବଂ ୟୁଏଇ ମଧ୍ୟରେ ଅନେକ ବୁଝାମଣାପତ୍ର ଆଦାନ ପ୍ରଦାନ କରାଯାଇଥିଲା ଯେଉଁଥିରେ ଭାରତର ଇନଷ୍ଟାଣ୍ଟ ପେମେଣ୍ଟ ପ୍ଲାଟଫର୍ମ ୟୁପିଆଇ ଏବଂ ୟୁଏଇର ଏଏନଆଇକୁ ସଂଯୋଗ କରିବା ପାଇଁ ଏକ ବୁଝାମଣାପତ୍ର ମଧ୍ୟ ସାମିଲ ଥିଲା । ଏହାଦ୍ଵାରା ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ସୀମା ପାର କାରବାର ସହଜ ହୋଇପାରିବ । ଘରୋଇ ଡେବିଟ୍/କ୍ରେଡିଟ୍ କାର୍ଡଲିଙ୍କ୍ ପାଇଁ ଜୟୱାନ୍ (ୟୁଏଇ) ଏବଂ ରୁପେ (ଭାରତ) ମଧ୍ୟରେ ଆଉ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ୟୁଏଇରେ ରୁପେର ଗ୍ରହଣୀୟତା ବୃଦ୍ଧି କରିବାରେ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *