ରାଜ୍ୟ

ପାକିସ୍ତାନରେ ସେନା ବିରୋଧୀ ଜନମତ, ଧ୍ୟାନ ହଟାଇବାକୁ ଭାରତୀୟ ସୀମାରେ ଆରମ୍ଭ କଲା ଗୁଳିଚାଳନା

ଜମ୍ମୁ : ଜମ୍ମୁରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପାକ୍ ରେଞ୍ଜର୍ସ ଅଯଥାରେ ବିଏସଏଫ ପୋଷ୍ଟ ଉପରକୁ ଗୁଳି ଚଳାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହାର ଜବାବରେ ବିଏସଏଫ ପକ୍ଷରୁ କଡା ଜବାବ ଦିଆଯାଇଛି । ବିଏସଏଫ ଓ ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ୨୦ ମିନିଟରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା ।ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏବେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ପାକିସ୍ତାନର ଜନତା ଇମ୍ରାନ ଖାଁଙ୍କ ସପକ୍ଷରେ ଛିଡ଼ା ହୋଇଥିବାବେଳେ ସେନା ପିଏମଏଲକୁ ସମର୍ଥନ କରିଛି । ଇମ୍ରାନଙ୍କୁ ଜନସାଧାରଣଙ୍କ ସମର୍ଥନ ସେନା ବିରୋଧୀ ଜନମତଭାବେ ଦେଖାଯାଉଛି । ଏହା ଫଳରେ ସେନା ଚାପରେ ରହିଛି । ଏହି କାରଣରୁ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ସେନା ସୀମାରେ ନିଜର ଦୁଃସାହସ ଆରମ୍ଭ କରିଦେଇଛି ।

ଏହା ପୂର୍ବରୁ ୨୦୨୩ ନଭେମ୍ବରରେ ମଧ୍ୟ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।  ଜମ୍ମୁ-କଶ୍ମୀରର ସାମ୍ବା ଜିଲ୍ଲାର ରାମଗଡ଼ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ରେଞ୍ଜର୍ସ ଗୁଳି ଚଳାଇଛି। ଏଥିରେ ଜଣେ ବିଏସଏଫ ହେଡ୍ କନଷ୍ଟେବଳ ସହିଦ ହୋଇଥିଲେ।

ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ଭାରତ ଓ ପାକିସ୍ତାନସେନା ୨୦୦୩ ଫେବ୍ରୁଆରି ୨୫ରେ ଅସ୍ତ୍ରବିରତି ଚୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଗୁଳିଚାଳନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପାକିସ୍ତାନ ତା’ର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ନାହିଁ।

Leave a Reply

Your email address will not be published. Required fields are marked *