ରାଜ୍ୟ

ଗୁରୁକୃପା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦ୍ଵାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନିଆଳି):- କଟକ ଜିଲ୍ଲା ନିଆଳି ବ୍ଳକ ପୋଦନା ଗ୍ରାମରେ ଅବସ୍ଥିତ ଗୁରୁକୃପା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଦ୍ଵାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପ୍ରାଚୀଗୁରୁ ସେବାଶ୍ରମର ସନ୍ଥ ଶିକ୍ଷ୍ୟାବିତ ଅଶୋକ କୁମାର ରାଏ, ପୂର୍ବତ୍ତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ନାୟକ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଙ୍କଜିନୀ ଜେନା,ମହାବୀର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ରନାଥ ରାଉତ,ଗୌତମ ବିହାରୀ,କଳ୍ପତରୁ ରାଉତ,ନାଟ୍ୟକାର ସ୍ମୃତିରଞ୍ଜନ ମହାନ୍ତି,ଶତ୍ରୁଘ୍ନ ନାୟକ ଯୋଗ ଦେଇଥିଲେ।ଏହି ସଭାକୁ ବିଦ୍ୟାଳୟର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ,ସଭାପତି ଗୌତମ ମଲ୍ଲିକ,ସହ ସମ୍ପାଦକ ମନୋଜ କୁମାର ସେନାପତି ଉପସ୍ଥିତ ରହି ପରିଚାଳନା କରିଥିଲେ।ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମେଧା ଛାତ୍ରଛାତ୍ରୀ ମାନଙ୍କୁ ମୁକ୍ତା ସମ୍ମାନରେ ସମ୍ମାନୀତ କରାଯିବ ସହିତ ଅଞ୍ଚଳର ଜୀବନବ୍ୟାପୀ ଶିକ୍ଷା ଦାନ କରିଥିବା ଶିକ୍ଷାବିତ୍ ମାନଙ୍କୁ ଗୁରୁଶ୍ରି ସମ୍ମାନରେ ସମ୍ମାନିତ କରାଯାଇଥିଲା।ଶିଶୁ ମନ୍ଦିର ତରଫରୁ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଅତିଥି ମାନେ ଦୀର୍ଘ ବର୍ଷ ହେବ ସ୍କୁଲ ବିଭିନ୍ନ ସମସ୍ଯା ଭିତରେ ବହୁ ବାଧାବିଘ୍ନ ସହି ଗତି କରି ଚାଲି ଆସୁଛି ଜାଣି ବହୁତ ଖୁସି ହୋଇଥିଲେ ଏବଂ ଶିଶୁ ମନ୍ଦିର ର ଗୁରୁ ଓ ଗୁରୁ ମା, ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟା ମାନଙ୍କୁ ଧନ୍ଯବାଦ ଜ୍ଞାପନ କରିଥିଲେ। ଅତିଥି ମାନେ ଉପସ୍ଥିତ ପିଲା ଓ ତାଙ୍କ ଅଭିଭାବକ ମାନଙ୍କୁ ତାଙ୍କର ଆଶ୍ରି ବଚନ ଦେଇଥିଲେ। ବିଭିନ୍ନ ପ୍ରକାର ପ୍ରତିଯୋଗିତା ରେ ଉତ୍ତିର୍ଣ୍ଣ ପିଲା ମାନଙ୍କୁ ଶିଶୁ ମନ୍ଦିର ତରଫରୁ ପୁରଷ୍କୃତ କରାଯାଇଥିଲା। ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛୋଟ ଛୋଟ ପିଲା ମାନଙ୍କ ଦ୍ଵାରା ନାଚ ଗୀତ ଓ ନାଟକ ପରିବେଷିତ ହୋଇଥିଲା। ଏଥିରେ ସମସ୍ତେ ଆନନ୍ଦିତ ହୋଇଥିଲେ। ସର୍ବ ଶେଷରେ ଉପସ୍ଥିତ ସମସ୍ତ ଅତିଥି ଅଭିଭାବକ ଓ ପିଲା ମାନଙ୍କୁ ବାର୍ଷିକ ଉତ୍ସବ ରେ ଯୋଗ ଦେଇ ସଫଳ କରି ଥିବାରୁ ଧନ୍ଯବାଦ ଜ୍ଞାପନ କରାଯାଇଥିଲା।ଶିକ୍ଷା ହିଁ ଶୃଙ୍ଖଳା ସିଖାଇଥାଏ,ଲକ୍ଷ୍ୟ ପ୍ରାପ୍ତି ପାଇଁ ସ୍ୱାଭିମାନ ସହିତ କେବେ ବି ସାଲିସ୍ କରନାହିଁ ବୋଲି ପୂର୍ବତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ନାୟକ କହିବା ସହିତ ଶିକ୍ଷା କିଭଳି ଭାବରେ ପିଲାମାନଙ୍କୁ ଗଢି ତୋଳେ ଏହା ବିଷୟରେ ଅନେକ ଜ୍ଞାନ ବାଣ୍ଟି ଥିଲେ।

Leave a Reply

Your email address will not be published. Required fields are marked *