ହକି ବିଶ୍ୱ କପ ଟ୍ରଫି ଟୁର ଆୟୋଜନ ରେ ମୟୁରଭଞ୍ଜ ଜିଲ୍ଲା ର ଅଦ୍ଭୁତପୂର୍ବ ସଫଳତା.
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଜିଲ୍ଲାପାଳ ସମ୍ବର୍ଦ୍ଧିତ.
ବାରିପଦା : ତା 16-02-2023. ଚଳିତ ବର୍ଷ ଜାନୁଆରୀ ମାସ 13 ତାରିଖ ରୁ 29 ତାରିଖ ପର୍ଯ୍ୟନ୍ତ ଓଡିଶା ରେ ଅନୁଷ୍ଠିତ ହୋଇଯାଇଥିବା ବିଶ୍ୱ ପୁରୁଷ କପ ହକି ଅବସରରେ ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନ ରେ ଜିଲ୍ଲା କୁ ଗ୍ରାମ ସ୍ତର ରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଉତ୍ସବ ମୁଖର କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା. କେବଳ କ୍ରୀଡା ପ୍ରେମୀ ଙ୍କ କ୍ରୀଡା ମନୋଭାବ କୁ ଉନ୍ନତି କରାଯାଇନଥିଲା ବରଂ ସମାଜ ର ପ୍ରତ୍ୟେକ କ୍ଷେତ୍ର ର ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା. ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଜିଲ୍ଲା ର ମୁଖ୍ୟ ଆକର୍ଷଣ କାର୍ଯ୍ୟକ୍ରମ ଥିଲା ବିଶ୍ୱକପ ଟ୍ରଫି ପରିଭ୍ରମଣ. ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ରେ ଆକର୍ଷଣୀୟ କରିବା ପାଇଁ ଜିଲ୍ଲାପାଳ ଙ୍କ ତତ୍ତ୍ୱବଧାନ ସବୁ ସ୍ତରରେ ଉଦ୍ୟମ ଜାରିରହିଥିଲା. ଜିଲ୍ଲପାଳ ଙ୍କ ଦକ୍ଷ ନେତୃତ୍ୱ ରେ ଟ୍ରଫି ଟୁର କାର୍ଯ୍ୟକ୍ରମ କୁ କରଞ୍ଜିଆ ଠାରୁ ରାଇରଙ୍ଗପୁର ଏବଂ ରାଇରଙ୍ଗପୁର ଠାରୁ ବାରିପଦା ପର୍ଯ୍ୟନ୍ତ ଜିଲ୍ଲା ର କୋଣ ଅନୁକୋଣ ରୁ ବିଭିନ୍ନ ବର୍ଗ ର ଲୋକ ସାମିଲ ହୋଇ ଏହାକୁ ଉଚ୍ଚ୍ୱାସିତ ସମ୍ବର୍ଦ୍ଧନା ଦେଇଥିଲେ. ଏହି ଅବସରରେ କ୍ରୀଡା ଠାରୁ ଆରମ୍ଭ କରି ମୟୁରଭଞ୍ଜ ଜିଲ୍ଲା ର ସଂସ୍କୃତି, ପରମ୍ପରା, ଲୋକ କଳା ଇତ୍ୟାଦି କୁ ଜଡିତ କରାଯାଇଥିଲା. ଏହି ମେଗା ଉତ୍ସବକୁ ଲୋକମାନେ ମନଭରି ଉପଭୋଗ କରିଥିଲେ. ପରିଶେଷରେ ଏହି କାର୍ଯ୍ୟକ୍ରମ କୁ ସୁନ୍ଦର, ଆକର୍ଷଣୀୟ ଏବଂ ଶୃଙ୍ଖଳିତ ଢଙ୍ଗରେ ଆୟୋଜନ କରାଯାଇ ଥିବାରୁ ମୟୁରଭଞ୍ଜ ଜିଲ୍ଲାକୁ ରାଜ୍ୟ ସ୍ତର ରେ ସମ୍ବର୍ଦ୍ଧିତ କରାଯାଇଛି. ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ 15 ତାରିଖ ରେ ଭୁବନେଶ୍ୱର ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର,5T ସଚିବ ଶ୍ରୀ ଭି. କାର୍ତ୍ତିକେୟାନ ପାଣ୍ଡିଆନ ପ୍ରମୁଖ ଙ୍କ ଉପସ୍ଥିତି ରେ ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଛନ୍ତି.ଉକ୍ତ ସଫଳତା ପରେ ଜିଲ୍ଲା ର ପ୍ରଶାସନିକ ମହଲ ରେ ଜିଲ୍ଲାପାଳ ଙ୍କୁ ଅଭିନନ୍ଦନ ଜଣାଇବା ସହ ଜିଲ୍ଲାପାଳ ଙ୍କ ଦକ୍ଷ ନେତୃତ୍ୱ ପାଇଁ ଏହା ସମ୍ଭବ ହୋଇ ପାରିଛି ବୋଲି ମତ ପ୍ରକାଶ କରିଥିବା ବେଳେ ଜିଲ୍ଲାପାଳ ମଧ୍ୟ ଖୁସି ପ୍ରକଟ କରି ଏହା ଆମ ସମସ୍ତଙ୍କ ଅକ୍ଲାନ୍ତ ଉଦ୍ୟମ ର ସଫଳତା ବୋଲି କହି ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି.