ରାଜ୍ୟ

ମହର୍ଷି ପବ୍ଲିକ୍ ସ୍କୁଲ୍ ର ବାର୍ଷିକ ଉତ୍ସବ

୧୭/୦୨/୨୪ – ବାରିପଦା – ବାରିପଦା ର ବଘଡାରୋଡ଼ ସ୍ଥିତ ମହର୍ଷି ପବ୍ଲିକ୍ ସ୍କୁଲ ର ୨୧ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି। ପ୍ରଥମେ ଗୁରୁଦେବ ଶ୍ରୀ ବ୍ରହ୍ମାନନ୍ଦ ସରସ୍ଵତୀଙ୍କ ପୂଜା ପରେ କାର୍ଯକ୍ରମ କୁ ସ୍କୁଲ ର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ପରିଚାଳନା କରିଥିଲେ । ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ କାଜଲ କାନ୍ତି ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।
ମୁଖ୍ୟ ଅତିଥି ପୂର୍ବତନ ଏମ. ପି ଓ ବର୍ତ୍ତମାନ ରାଜ୍ୟ ଯୋଜନା କମିଶନ ର ମେମ୍ବର ଡ. ପ୍ରସନ୍ନ ପ।ଟଶାଣୀ ଯୋଗ ଦେଇ ଗୁରୁ ଶିଷ୍ୟ ର ପରମ୍ପରା ରେ ଶିକ୍ଷା ର ଭୂମିକା କୁ ବର୍ଣନା କରିବାସହ ଉପସ୍ଥିତ ଛାତ୍ର ଛାତ୍ରୀ , ଅଭିଭାବକ , ଦର୍ଶକ ମାନଙ୍କ ଶୃଙ୍ଖଳା ଦେଖି ମୟୂରଭଞ୍ଜ ର ସଂସ୍କୃତି , ପରମ୍ପରା ଓ ଶୃଙ୍ଖଳା ର ଭୁରି ଭୁରି ପ୍ରଶଂସା କରିଥିଲେ ।
ମୁଖ୍ୟ ବକ୍ତା ଭାବ ରେ ଏମ. ପି. ସି ଅଟୋନମାସ ର ପୂର୍ବତନ ରିଟାଏଡ଼ ମେଜର ଡ଼. ରବୀନ୍ଦ୍ରନାଥ ପରିଡା ଯୋଗ ଦେଇ ପିଲାମାନଙ୍କୁ ମନ ଲଗାଇ ପାଠ ପଢି, ବଡ଼ ହୋଇ ପୃଥିବୀ ରେ ମୟୂରଭଞ୍ଜ ର ଟେକ ରଖିବାକୁ ବହୁମୂଲ୍ୟ ଉପଦେଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ମହର୍ଷି ସ୍କୁଲ ର ଚେୟାରମ୍ୟାନ ତଥା ପ୍ରତ୍ୟହ ଖବର କାଗଜ ପର୍ଯବେକ୍ଷକ ଓ କଳିଙ୍ଗ କ୍ରୋନିକଲ ର ଏଡିଟର ମହର୍ଷି ଙ୍କ ଭବାବିତ ଧ୍ୟାନ ଓ ଶିକ୍ଷା ବ୍ୟବସ୍ଥା ର ଉପରେ ଆଲୋଚନା କରିଥିଲେ । ଏବଂ ସମ୍ମାନିତ ଅତିଥି ଶ୍ରୀମତୀ ଏସ. ଗୀତାଞ୍ଜାଳୀ , ତାଙ୍କ ଦ୍ଵାରା ରଚିତ ଅନେକ ଗଳ୍ପ , କବିତା ଆଦି ସଂକଳନ କିପରି ଆଦୃତ ହୋଇପାରିଛି ଏବଂ ପିଲାମାନଙ୍କର ସୃଜନ ଶକ୍ତି ର ବିକାଶ ପାଇଁ ବହି ପଢିବା ସଙ୍ଗେ କିଛି ଲେଖ। ଲେଖି ଆରମ୍ଭ କରିବାରେ ସମୟ ଦେବାପାଇଁ ମତ ରଖିଥିଲେ । ଉକ୍ତ ବ୍ୟକ୍ତବ ପରେ ପରେ ବିଭିନ୍ନ ପ୍ରତିଯୋଗୀତା ରେ ପୁରସ୍କୃତ ହୋଇଥିବା ଛାତ୍ର ଛ।ତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ସେମାନଙ୍କ ମାନପତ୍ର ଓ କପ ଦିଆଯାଇ ପୁରସ୍କୃତ କରାଯାଇଥିଲା… ପୁରସ୍କାର ଉତ୍ସବ ପରେ ଶ୍ରୀ ଅଶୋକ କୁମାର କର ସମସ୍ତ ଅତିଥି , ଉପସ୍ଥିତ ଅଭିଭାବକ , ଦର୍ଶକ ଓ କାର୍ଯକ୍ରମ ସମ୍ପନ୍ନ କରିବାରେ ସହଯୋଗ କରିଥିବା ପ୍ରତ୍ୟକ ଙ୍କୁ ଧନ୍ୟବାଦ ଦେଇଥିଲେ ।
ଏହାପରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ରଙ୍ଗରଙ୍ଗ କାର୍ଯକ୍ରମ ପରିବେଷଣ କରାଯାଇଥିଲା ।
କାର୍ଯକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ କାର୍ଯକ୍ରମ କୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *