ରାଜ୍ୟ

ବୁର୍ଲାରେ ବିଜେଡି ଓ ବିଜେପିର ନିଆରା ବାହାଘର ! ଶତାଧିକ କର୍ମୀ ବିବାହ କରାଇଲେ

ଓଡ଼ିଶାରେ ବିଜେଡି ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ବିଜେଡି ଏବଂ ବିଜେପି ମଧ୍ୟରେ ଦୀର୍ଘ ଦିନରୁ ଭିତିରି ସମ୍ପର୍କ ରହିଛି,ଏହା ଚଳିତ ରାଜ୍ୟସଭା ନିର୍ବାଚନରେ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥିତ ପାର୍ଥି କରାଇବାରୁ ପ୍ରମାଣିତ ହୋଇଛି! ବିଜେଡ଼ି ଓ ବିଜେପି ମିଳିମିଶି କିପରି ଓଡିଶାବାସୀଙ୍କୁ ଭକୁଆ ବନାଉଛନ୍ତି ତାର ପ୍ରତିକାମକ୍ତ ପ୍ରତିବାଦ ଓ ଭୋଟର ସଚେତନତା ଏହି ବିବାହ ମାଧ୍ୟମରେ କରାଯାଇଅଛି ! ଶହ ଶହ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବରିଷ୍ଠ କଂଗ୍ରେସ ନେତା ପିସିସି ସଭ୍ୟ ସମ୍ବଲପୁର ବିଧାନ ସଭାର ଆଶାୟୀ ପ୍ରାର୍ଥୀ ଦୁର୍ଗାପାଢ଼ୀଙ୍କ ନେତୃତ୍ୱରେ ଇନ୍ଦିରା ଛକ ନିକଟସ୍ଥ କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ! ସଭାରେ ବିଜେଡ଼ି ଓ ବିଜେପି ର ଭିତିରି ସମ୍ପର୍କ ଓ ସମସ୍ତ ଜନବିରୋଧୀ କାର୍ଯ୍ୟକ୍ରମର ତୀବ୍ର ସମାଲୋଚନା ଶ୍ରୀ ପାଢ଼ୀ କରିଥିଲେ ! ଜନତାଙ୍କୁ ବିଜେଡ଼ି ଓ ବିଜେପି କିପରି ଶୋଷଣ କରିଚାଲିଛନ୍ତି ତାର ବିବରଣ ପ୍ରଦାନ କରିଥିଲେ ! ତାପରେ ଇନ୍ଦିରା ଛକରୁ ରୁ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ଏକ ବିରାଟ ଶୋଭାଯାତ୍ରାରେ ଡିଯେ ଓ ବାଜା ସହ ଯାଇ ବୁର୍ଲା ପେଟ୍ରୋଲ ପମ୍ପ ଛକରେ ବିଜେଡ଼ି ( କନ୍ୟା) ଓ ବିଜେପି (ବର )ଙ୍କ ସହ ବିଭାହ କରାଇଥିଲେ ! ଶୋଭାଯାତ୍ରା ଓ ବିଭାହ କାର୍ଯ୍ୟକ୍ରମକୁ ବୁର୍ଲା କଂଗ୍ରେସର ପୂର୍ବତନ ସଭାପତି ଶିବ ଦଳାଇ ଗିରିଜା ନାୟକ , ବଶିଷ୍ଠ ନେତା ଗୁଡୁ ଊପଲ, ପୂର୍ବତନ କାଉନସିଲର ଭୁବନ ବିଶ୍ୱାଳ, ପୂର୍ବତନ କାଉନସିଲର ସୁଶୀଲ ବଂଛୋରଙ୍କ ସମେତ, ବରିଷ୍ଠ ଓକିଲ ଅରୁଣ କୁମାର, ପ୍ରକାଶ ଶତପଥୀ, କୁନା ସ୍ୱାଇଁ, ନବ ଭଟ୍, ନରେଶ ପଣ୍ଡା, ଚିତ୍ତ ବାରିକ ଦଶରଥ ଦାସ , ଲାଲୁ ବିଶ୍ୱାସ, ନାରୀନେତ୍ରୀ ସୁରଙ୍ଗିନୀ ବାରିକ ସୁତପା ମିତ୍ର, ଲଷ୍ମୀ ଯାଦବ, ବିଯିନ୍ଦର ଶର୍ମା, ପ୍ରଶାନ୍ତ ମହାନ୍ତି, ଭିକି ଶର୍ମା, ଶିବ ସେଠି, ସୁରିନ୍ଦର ସିଂ, ବାଦଲ ମେହେଟା ପ୍ରମୁଖ ସଂଯୋଜନା କରିଥୁଲେ ! ଶେଷରେ ବରିଷ୍ଠ ନେତା ଗୁଡୁ ଉପଲ ଧନ୍ୟବାଦ ଦେଇଥିଲେ !

Leave a Reply

Your email address will not be published. Required fields are marked *