ଚଣ୍ଡିଗଡ଼ ମେୟର ନିର୍ବାଚନର ବାଲାଟ୍ ପେପର ଆସନ୍ତାକାଲି କୋର୍ଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନର ଭୋଟ ଗଣତିର ବ୍ୟାଲଟ୍ ପେପର ଓ ଭିଡିଓ ମଙ୍ଗଳବାର କୋର୍ଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମେୟର ନିର୍ବାଚନରେ ଦୁର୍ନୀତି ଅଭିଯୋଗ ଆଣିଥିବା ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଡେପୁଟି କମିସନରଙ୍କୁ ନୂଆ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯିଏ କି କୌଣସି ରାଜନୈତିକ ଦଳ ସହ ଜଡ଼ିତ ନଥିବେ।
ଜାନୁଆରି ୩୦ରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପି କଂଗ୍ରେସ-ଆପ୍ ମେଣ୍ଟକୁ ପରାସ୍ତ କରି ତିନିଟି ପଦ ବଜାୟ ରଖିଥିଲା। ଏହାପରେ ଆପ୍ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କ ବିରୋଧରେ ନିର୍ବାଚନ ପ୍ରକ୍ରିୟାରେ ଜାଲିଆତି କରିଥିବା ଅଭିଯୋଗ ଆଣି ନୂଆ ନିର୍ବାଚନ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ସିସିଟିଭିକୁ ଦେଖି ଅନୀଲ ମସିହ ବାଲଟ ପେପରକୁ ଟିକ୍ କରୁଥିବାର ଏକ ଭିଡିଓ ମଧ୍ୟ ଭାଇରାଲ ହେବା ପରେ ମେୟର ନିର୍ବାଚନର ନିରପେକ୍ଷତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।