ଯୋର ଧରିଛି ଚାଉଳ ତାତି ;
ପଞ୍ଚାୟତ ପରେ ବ୍ଳକ ସମ୍ପୁଖ ରେ ବିଜେଡ଼ିର ପ୍ରତିବାଦ
ଖୁଣ୍ଟା –
ଆଗକୁ ସାଧାରଣ ନିର୍ବାଚନ । ଏବେ ରାଜ୍ୟରେ ଯୋର ଧରିଛି ଚାଉଳକୁ ନେଇ ରାଜନୀତି । ଯାହାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ହୋଇଛନ୍ତି ମୁହାଁମୁହିଁ । ପୂର୍ବରୁ ଆବାଶ ଗୃହ ବଣ୍ଟନ କୁ ନେଇ ବିଜେପି ପ୍ରତିବାଦ କରିଥିଲା । ଏବେ ଚାଉଳକୁ ନେଇ ବିଜେଡ଼ି ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିବା ସହିତ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି । ଯାହାକୁ ନେଇ ବାରିପଦା ନିର୍ବାଚନ ମଣ୍ଡଳୀର ଖୁଣ୍ଟା ବ୍ଳକ
ଓ ଉଦଳା ନିର୍ବାଚନ ମଣ୍ଡଳୀର ଗୋପବନ୍ଧୁ ନଗର ବ୍ଳକ ଦ୍ଵୟରେ
ପୃଥକ ପୃଥକ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଖୁଣ୍ଟା ବ୍ଳକର ପୂର୍ବତନ ଅଧ୍ୟକ୍ଷା ପୁସ୍ପଲତା ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ଉପବାଚସ୍ପତ୍ତି ସାନନ୍ଦ ମାରାଣ୍ଡି , ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାଏକ , ଦଳର ବ୍ଳକ ସଭାପତି ଶିଦ୍ଧନାଥ ସରେନ , ପ୍ରଭାତ ନାଏକଙ୍କ ସମେତ ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ମହିଳା ପୁରୁଷ କର୍ମୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧି ଶ୍ଲୋଗାନ ମାନଦେଇ ଖୁଣ୍ଟା ବ୍ଳକ ସମ୍ମୁଖ ରେ ଧାରଣା ଦେଇଥିଲେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ ।
ନେତୃଗଣ କରୋନା ର ପରବର୍ତ୍ତୀ ସମୟରେ ଲୋକଙ୍କ ଆର୍ଥିକ ସ୍ଥିତି ଠିକ ନଥିବା ବେଳେ ମୋଦୀ ସରକାରଙ୍କ ଏହି ସମୟରେ ଚାଉଳ କାଟି ଦେବା ଏକ ନିନ୍ଦନୀୟ ଘଟଣା ବୋଲି ଅଭିଯୋଗ ଆଣିଥିଲେ । ଏବଂ କେନ୍ଦ୍ର ସରକାରଙ୍କ ଗରିବମାରଣ ନୀତିକୁ ତିବ୍ର ସମାଲୋଚନା କରିବା ସହ ଏହା ଏକ ଗରିବ ବିରୋଧି ସରକାର ବୋଲି ନେତୃଗଣ ନିଜ ନିଜ ବ୍ୟକ୍ତବ୍ୟ ମାଧ୍ୟମରେ ସୁଚାଇ ଥିଲେ । ସେହିପରି ଉଦଳା ନିର୍ବାଚନ ମଣ୍ଡଳୀର ଗୋପବନ୍ଧୁ ନଗର ବ୍ଲକ ଅଧିନରେ ସଂଯୋଜକ କୃଷ୍ଣ ଦାସ , ବ୍ଳକ ଅଧ୍ୟକ୍ଷା ଝୁଲଣା ବାର ଶାଳିଆ , ବ୍ଳକସଭାପତି ସତ୍ୟବାନ ଉପାଧ୍ୟାୟ , ୧୪ ଓ ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା , ବିଜୁ ଯୁବ ଜନତା ଦଳର ବ୍ଳକ ସଭାପତି ତପନ କୁମାର ମହାନ୍ତି , ମହିଳା ମୋର୍ଚ୍ଚା ସଭାପତି ଜୟନ୍ତୀ ପଣ୍ଡା ଙ୍କ ସମେତ ସମିତି ସଭ୍ୟ ଓ ସରପଞ୍ଚମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଶଦ୍ ଗାର କରିଥିଲେ । ଏବଂ ଏସଂମ୍ପର୍କତ ଏକ ଦାବୀପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଵରେ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଜଣାଯାଇଛି ।