ରାଜ୍ୟ

ବିକାଶ ଆଡକୁ ଗତି କରୁଛି ତାଳଚେର ଓ ପରଜଙ୍ଗ ଅଂଚଳ
(ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ବ୍ରିଜ ଓ ଆନିକଟ କାର୍ଯ୍ୟ ଆରମ୍ଭ)


ତାଳଚେର:
ସବୁକ୍ଷେତ୍ର ରେ ଅବହେଳିତ ତାଳଚେର ଓ ପରଜଙ୍ଗ ଅଂଚଳ ଏବେ ବିକାଶ ଆଡକୁ ଗତି କରୁଛି।ଅନୁଗୁଳ ଜିଲ୍ଲାର ତାଳଚେର ଉପଖଣ୍ଡ ଦେଶ ଓ ରାଜ୍ୟକୁ ବିପୁଳ ପରିମାଣର ରାଜସ୍ୱ ପ୍ରଦାନ କରୁଛି, କିନ୍ତୁ ସ୍ୱାସ୍ଥ୍ୟ ସେବା କୁହାଯାଉ କିମ୍ବା ଶିକ୍ଷା ଓ ଗମନାଗମନ କ୍ଷେତ୍ରରେ କୌଣସି ପ୍ରକାର ଆଖିଦୃଶିଆ ବିକାଶ ହୋଇନାହିଁ କହିଲେ ଚଳେ ,କିନ୍ତୁ ଦେଶ ଓ ରାଜ୍ୟର ସବୁ ବିକଶିତ ସହର ଗୁଡିକ ସାଧାରଣତଃ ନଦୀ କୂଳରେ ଅବସ୍ଥିତ ତେଣୁ ତାଳଚେର ସହର ମଧ୍ୟ ନଦୀକୂଳରେ ଅବସ୍ତିତ ହୋଇଥିବାରୁ ଏହାର ବିକାଶ ହେବା କଥା ,କିନ୍ତୁ ସମସ୍ତଙ୍କ ଆଖି ଆଢୁଆଳରେ ଏହି ଅଂଚଳ ରହିଯାଉଛି ,ଅନ୍ୟପକ୍ଷରେ ଏହି ଅଂଚଳ ଏକ ଶିଳ୍ପବହୁଳ ତଥା ଖଣି ଖଦାନ ଅଂଚଳ ହୋଇଥିବାରୁ ଏଠାରୁ ପ୍ରଚୁର ପରିମାଣରେ ରାଜସ୍ୱ ଆକାରରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପାଉଛନ୍ତି ତେଣୁ ଏଠାରେ ଅର୍ଥର ଅଭାବ ହେବ ନାହିଁ କିନ୍ତୁ ଇଛା ଶକ୍ତିର ଅଭାବ ଦେଖାଦେଇଥିବାରୁ ଏହି ଅଂଚଳ ବିକାଶ ଠାରୁ ବହୁ ଦୂରରେ ।ପୂର୍ବ ଲୋକପ୍ରତିନିଧି ମାନେ ଏଥିପାଇଁ ଦାୟୀ ।କାରଣ ଅଂଚଳ ର ବିକାଶ ପାଇଁ ସେମାନେ କୌଣସି ପ୍ରକାର ନକ୍ସା ପ୍ରସ୍ତୁତ କରିନାହାନ୍ତି ବୋଲି ଚର୍ଚା ହୋଇଛି ।ତେବେ ବିଲମ୍ଭରେ ହେଲେ ମଧ୍ୟ କଲକାରଖାନା ପାଇଁ ଜଳର ଆବଶ୍ୟକତା ଥିବାରୁ ଓ ଏଠିକାର ପ୍ରିୟ ନେତା ଶ୍ରୀ ପବିତ୍ର ଭୁତିଆ ଢେଙ୍କାନାଳ ସାଂସଦ ମହେଶ ସାହ ପ୍ରଧାନ ପରଜଙ୍ଗ ବିଧାୟକ ଡାକ୍ତର ନୁର୍ସିହଁ ସାହୁ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ମଳିତ ଉଦ୍ୟମ ରେ ତାଳଚେର ଖାଲପାଳ କୁ ବ୍ରାମହଣୀ ନଦୀରେ ଆନିକଟ ନିର୍ମାଣ କାର୍ଯ୍ୟ ଆରମ୍ବ ହୋଇଛି ଯାହା ଫଳରେ ଏହି ଅଂଚଳରେ ବିକାଶ ପାଇଁ ବାଟ ଫିଟିଛି ସେହିପରି ତାଳଚେର ଷ୍ଟାଡିୟମ ଆଗରେ ଦ୍ୱିତୀୟ ବ୍ରିଜ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ଖୁବ ଶୀଘ୍ର ହେବାକୁ ଯାଉଛି । ନିକଟରେଅନୁଗୁଳ ଗ୍ରସ୍ଥ ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରାଏହି ପ୍ରକଳ୍ପ ର ଶିଳାନ୍ୟାସ କାର୍ଯ୍ୟ ସମ୍ପର୍ଣ୍ଣ ହୋଇସାରିଛି ।ଏହି ପ୍ରକଳ୍ପ ପାଇଁ ତାଳଚେର ଜନସଧାରଣ ଙ୍କ ପକ୍ଷରୁ ଦାବି କରିଥିଲେ ,ଏହି ଦାବି କୁ ଗୁରୁତର ସହ ବିଚାର କରି ସାଂସଦ ଶ୍ରୀ ସାହୁ ବିଭିନ୍ନ ସମୟରେ ଆଲୋଚନା ଓ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ ର ଅନ୍ତିମ ରୂପରେଖ ଦେଇଛନ୍ତି ଯାହା ଫଳରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ଆଗକୁ ବଢିଛି ।ଏହା ହେବା ଫଳରେ ଅନୁଗୁଳ ଜିଲ୍ଲା ର ତାଳଚେର ବାଟ ଦେଇ ଢେଙ୍କାନାଳ ଜିଲ୍ଲା ର ପରଜଙ୍ଗ କାମାକ୍ଷା ,ଯାଜପୁର ଜିଲ୍ଲା ସହ ସଂଯୋଗ ହୋଇ ଗମନାଗମନ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ହୋଇପାରିବ ବୋଲି ବିବେଚନା କରାଯାଇଛି ଏବଂ ତାଳଚେର ଖଣି ଖଦାନ ରୁ କୋଇଲା ପରିବହନ କରି ଦେଶ ଓ ରାଜ୍ୟ ଉପକୃତ ହେବେ।ଅନ୍ୟ ପକ୍ଷରେ ଆନିକଟ ହେଲେ ଶିଳ୍ପ ପ୍ରତିଷ୍ଠାନ ଗୁଡିକୁ ଜଳ ଯୋଗାଣ ସହ ସ୍ଥାନୀୟ ଜନସାଧାରଣ ମଧ୍ୟ ଉପକୃତ ହେବେ ।ତେଣୁ ତାଳଚେର ବିକାଶ କ୍ଷେତ୍ରରେ ଏହି ଦୁଇ ପ୍ରକଳ୍ପ ବେଶ ଗୁରୁତ୍ଵ ବହନ କରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *