ସଚିବାଳୟ ଘେରାଉ ପାଇଁ ଜିଲ୍ଲା ସଭାପତି ନେତୃତ୍ବରେ ସାମ୍ବାଦିକ ସମ୍ମିଳନୀ।
ବ୍ରହ୍ମପୁର/କୁକୁଡାଖଣ୍ଡି (ଅନନ୍ତ ରାମପ୍ରଧାନ/ଇପିଲି ପୂର୍ଣ୍ଣଚନ୍ଦ୍ର):ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ହଜାର ହଜାର ପଦବୀ ବର୍ଷ ବର୍ଷ ଧରି ଫାଙ୍କା ପଡ଼ିରହୁଛି । ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ମାନଙ୍କରେ ଶତକଡ଼ା ୫୦% ରୁ ଅଧୂକ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଏଗୁଡ଼ିକ କେବେହେଲେ ପୂରଣ କରାଯାଉନାହିଁ । ଫଳରେ ଛାତ୍ରମାନେ ଗୁଣାତ୍ମକ ଶିକ୍ଷାରୁ ବଂଚିତ । ରାଜ୍ୟର ଭବିଷ୍ୟତକୁ ତାଲା ପକାଇ ଦିଆଯାଇଛି । ଦୀର୍ଘ ଦୁଇଦଶନ୍ଧି ୪ ବର୍ଷର ସରକାର କିନ୍ତୁ ଆଜିବି ଆସନ୍ନ ପ୍ରସବା ମହିଳାଟି ଖଟରେ ବୁହା ହୋଇ ଡାକ୍ତରଖାନାକୁ ଆସୁଛି । ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅତ୍ୟନ୍ତ ଉଦ୍ବେଗ ଜନକ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ସଦରମହକୁମା ଚିକିତ୍ସାଳୟରେ ବିଭିନ୍ନ ବିଭାଗର ମାଳ ମାଳ ଡାକ୍ତର ପଦବୀ ଖାଲି ପଡ଼ି ରହିଛି । ଖାଲି ସେତିକି ନୁହେଁ ଷ୍ଟାଫନର୍ସ, ଟେକ୍ନିସିଆନ, ଫାର୍ମାସିଷ୍ଟ ଇତ୍ୟାଦି ମଧ୍ଯ ନାହାନ୍ତି । ରାଜ୍ୟ ସରକାର କା ରେ ଚାଲିଛି । ଓଡ଼ିଆ ଅସ୍ମିତା ଆଜି ବଜାରରେ ନିଲାମ ହେଉଛି । ପ୍ରତିବର୍ଷ ୨ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବା କଥା କୁହାଯାଇଥିଲା କିନ୍ତୁ ୧୦ ହଜାର ନିଯୁକ୍ତି ବର୍ଷକୁ ଦିଆଯାଉନାହିଁ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ଲକ୍ଷ ୩୬ ହଜାର ପଦବୀରୁ ଅଧୂକ ଖାଲି ପଡ଼ିରହିଛି। ଏଗୁଡ଼ିକ ପୂରଣ କରାଯାଉନାହିଁ । ଦରଦାମ ବୃଦ୍ଧି ଯୋଗୁଁ ଆଜି ପ୍ରତ୍ୟେକ ହାଣ୍ଡିଶାଳକୁ ମାଡ଼ ହୋଇଛି। ରୋଜଗାର ନାହିଁ, ଖର୍ଜର ବୃଦ୍ଧି ଯୋଗୁଁ ଅଧୂକାଂଶ ପରିବାର ଆଜି ଋଣଗ୍ରସ୍ତ । ବିଜେଡି ଓ ବିଜେପି ଏ ସମସ୍ତ ବିଫଳତାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ତା. ୨୬.୨.୨୦୨୪ ରିଖ ସୋମବାର ଦିବା ୧୧ ଘଂଟା ସମୟରେ ଭୁବନେଶ୍ୱରସ୍ଥିତ “ରାଜ୍ୟ ସଚିବାଳୟ ( ଲୋକସେବା) ଘେରାଉ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଶନିବାର ଅପରାହ୍ନ ସମୟ ରେ ବ୍ରହ୍ମପୁର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ(ପୂର୍ବ )ସଭାପତି ଶ୍ରୀ ଦୀପକ ପଟ୍ଟନାୟକ ନେତୃତ୍ବରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଆସିଥିବା କଂଗ୍ରେସ କର୍ମୀ ମାନଙ୍କୁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଙ୍କ ସହ ରାଜ୍ୟ କିସାନ କଂଗ୍ରେସ ଉପସଭାପତି ବୃନ୍ଦାବନ ଖଟେଇ,ଶମ୍ଭୁ ପାଣିଗ୍ରାହୀ, ଜିଲ୍ଲା ଗଣମାଧ୍ୟମ ଚେୟାରମେନ ତତ୍ ଶୁଭୁଦି , ସାକା ସୁଜିତ୍ କୁମାର, ସୁଭାଷିନୀ ପଟ୍ଟନାୟକ , ରବିନ୍ଦ୍ର ଅଧିକାରୀ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ।