ବିଡବ୍ଲ୍ୟୁଏଫ୍ ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ସିପି: ପୁରୁଷ ଏକକରେ ସ୍ବର୍ଣ୍ଣପଦକ ଜିତିଲେ ପ୍ରମୋଦ ଭଗତ
ଭୁବନେଶ୍ବର: ଥାଇଲାଣ୍ଡରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍ ପୁରୁଷ ଏକକ ଫାଇନାଲ୍ରେ ଓଡ଼ିଆ ପୁଅ ପଦ୍ମଶ୍ରୀ ପ୍ରମୋଦ ଭଗତ ସ୍ବର୍ଣ୍ଣପଦକ ଜିତିଛନ୍ତି। ସେ ଫାଇନାଲ୍ ମୁକାବିଲାରେ ଇଂଲଣ୍ଡର ଡାନିଏଲ୍ ବିଠଲ୍ଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ପ୍ରମୋଦ ଭଗତ ଏକାଧିକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ୫ଥର ବିଜେତା ଲିନ୍ ଡେନ୍ଙ୍କ ସହିତ ସମକକ୍ଷ ହୋଇପାରିଛନ୍ତି। ସେ ବିଡବ୍ଲ୍ୟୁଏଫ୍ ବିଶ୍ବ ପାରା ବ୍ୟାଡ୍ମିଣ୍ଟନ୍ କ୍ରମାଗତ ୩ଥର ସ୍ବର୍ଣ୍ଣ ପଦକ ହାସଲ କରିପାରିଛନ୍ତି। ପ୍ରମୋଦ ଭଗତଙ୍କ ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।