ରାଜ୍ୟ

ଅନୁଗୋଳରେ ବିଜେପିର ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ପରିବର୍ତ୍ତନ ଆଡକୁ ମୁହାଁଇଛି, ମୋଦୀଙ୍କ ସାଙ୍ଗରେ ଓଡ଼ିଶା ଅଛି – ଧର୍ମେନ୍ଦ୍ର ପ୍ରଧାନ

• ପ୍ରଧାନମନ୍ତ୍ରୀ ଘର, ଚାଉଳ, ଶୌଚାଳୟ ସହ ସମସ୍ତ ସୁବିଧାର ଗ୍ୟାରେଣ୍ଟି ଦେଇଛନ୍ତି
• ମୋଦି ସରକାର ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି
• ମୋଦୀ ଗ୍ୟାରେଣ୍ଟି, ଭରସାର ଗ୍ୟାରେଣ୍ଟି
• ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଙ୍କୁ ଘରେ ଘରେ ପହଞ୍ଚାଇବା ପାଇଁ ଲାଭାର୍ଥୀଙ୍କୁ ଦେଲେ ପରାମର୍ଶ

ତାଳଚେର, ଫେବୃୟାରୀ ୨୬, ୨୦୨୪ – ଓଡ଼ିଶା ବଡ ପରିବର୍ତ୍ତନ ଆଡକୁ ମୁହାଁଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଙ୍ଗରେ ଓଡ଼ିଶା ଅଛି ବୋଲି ଅନୁଗୋଳ ଜିଲ୍ଲା ତାଳଚେର ନିର୍ବାଚନମଣ୍ଡଳୀର ଧରମପୁର ପଞ୍ଚାୟତରେ ବିଜେପିର ଲାଭାର୍ଥୀ ସମ୍ପର୍କ ଅଭିଯାନରେ ଲାଭାର୍ଥୀଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କ୍ରମାଗତଃ ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର ପରେ ଆଜି ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ ଅଧୀନରେ ଧରମପୁର ପଞ୍ଚାୟତର ହିତାଧିକାରୀ ମାନଙ୍କୁ ଭେଟିଥିଲେ । ଦେଶବ୍ୟାପୀ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଲାଭାର୍ଥୀ ମାନଙ୍କ ସହ ମୋଦୀଙ୍କ ଯୋଜନାରେ ସେମାନେ କିଭଳି ଉପକୃତ ହେଉଛନ୍ତି ଏବଂ ସେହି ଯୋଜନା ସେମାନଙ୍କ ଜୀବନରେ କଣ ପରିବର୍ତ୍ତନ ଆଣିଛି ତାହା ଉପରେ ଚର୍ଚ୍ଚା କରିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ସମସ୍ତ ଲାଭାର୍ଥୀଙ୍କୁ ଚାଉଳର ଗ୍ୟାରେଣ୍ଟି ଦେଇଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟର ଗ୍ୟାରେଣ୍ଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୩୪ ଲକ୍ଷ ଘର ଓଡ଼ିଶାକୁ ଯୋଗାଇ ଦେଇଛନ୍ତି । ଓଡ଼ିଶା ପ୍ରତି କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । କରୋନା ସମୟରେ ମାଗଣାରେ ଟିକା ଉପଲବ୍ଧ କରାଯାଇଛନ୍ତି । ଏସଏଚଜି ମହିଳା ମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ଦେଉଛନ୍ତି । ୩ କୋଟି ଲକ୍ଷପତି ଦିଦି ବନାଇବାର କଳ୍ପନା ହୋଇଛି । ମୋଦୀଙ୍କ ନେତୃତ୍ୱରେ ଦେଶର ଗୌରବ ବଢିଛି । ଦେଶର ସର୍ବାଙ୍ଗୀନ ବିକାଶ ହେଉଛି । ଗରିବ, ଯୁବକ, ମହିଳା ଓ ଚାଷୀମାନେ ମୋଦୀଙ୍କୁ ଆଶୀର୍ବାଦ କରିବା ପାଇଁ ଏକାଠି ହୋଇଛନ୍ତି । ମୋଦୀ ଗ୍ୟାରେଣ୍ଟି, ଭରସାର ଗ୍ୟାରେଣ୍ଟି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ଘର ଘର ବୁଲି ମୋଦୀଙ୍କ ଷ୍ଟିକର ଲଗାଇବା ସହ ଲିଫଲେଟ୍ ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଙ୍କୁ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପ ସଭାପତି ଗୋଲଖ ମହାପାତ୍ର, ବିଜେପି ତାଳଚେର ବିଧାନସଭା ର ନେତା କାଳନ୍ଦି ସାମଲ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ,ବିସ୍ତାରକ ଭକ୍ତ ବତ୍ସଳ ବସ୍ତିଆ,ମଣ୍ଡଳ ସଭାପତି ନରେଶ ବେହେରା, ଧରମ ପୁର ପଂଚାୟତ ପ୍ରମୁଖ ଅଜୟ ସାହୁ, ସହ ପ୍ରମୁଖ ହେମନ୍ତ ଘଡେଇ, ବୁଥ ପ୍ରମୁଖ ବିଭୁତି ପ୍ରଧାନ, ପେସ୍କାର ଗଡ଼ନାୟକ,ହେମନ୍ତ ଦାସ, ସୁଶୀଲ ସାହୁ, ଦିବ୍ୟରଞ୍ଜନ ଦାସ,ପ୍ରଶାନ୍ତ ନନ୍ଦ, ରାଜେନ୍ଦ୍ର ସିଂହ,ମନୋଜ ପ୍ରଧାନ, ବିଭୁତି ସାହୁ,କୁନ୍ତଳା ମହାପାତ୍ର, ସ୍ୱାଗତିକା ମହାନ୍ତି ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।କେନ୍ଦ୍ରମନ୍ତ୍ରୀ ଙ୍କୁ ଧରମ ପୁର ଗ୍ରାମରେ ଉତ୍ସର୍ଗୀକୃତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Leave a Reply

Your email address will not be published. Required fields are marked *