ରାଜ୍ୟ

ସର୍ବ ଭାରତୀୟ ଟ୍ୟାକ୍ସ ବାର ସଂଘର ଦିନିକିଆ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ୱର,(ପି.ଏନ) (ସ୍ୱର୍ଣ୍ଣପ୍ରଭା ନାୟକ / ପ୍ରିୟବ୍ରତ ନାୟକ): ସର୍ବଭାରତୀୟ ଟ୍ୟାକ୍ସ ବାର ସଂଘ ଓଡ଼ିଶା ଶାଖା ତରଫରୁ ଆଜି ଏକ ଦିନିକଆ ଅଧିବେଶନ ଶହିଦ ନଗରସ୍ଥିତ ହୋଟେଲରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନାଚକ୍ରକୁ ଓଡିଶା ଉଚ୍ଚନ୍ୟାୟଳାୟର ବିଚାରପତି ମାନ୍ୟବର ଡ଼ଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଉଦଘାଟନ କରିଥିଲେ । ପୂର୍ବାଞ୍ଚଳ କ୍ଷେତ୍ର ଓଡିଶା, ବିହାର, ଝାରଖଣ୍ଡ, ଓ ପଶ୍ଚିମବଙ୍ଗରୁ ଆସିଥିବା ଓକିଲ ଓ ଚାଟାଡ଼ଏକାଉଣ୍ଟାଣ୍ଟ ମାନଙ୍କୁ ଉଦବୋଧନ ଦେଇ ଦେଶର ପ୍ରଗତି କ୍ଷେତ୍ରରେ ପେସାଦାର ଟ୍ୟାକ୍ସ ଓକିଲ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି ମତବ୍ୟକ୍ତ କରିଥିଲେ । ସରକାରଙ୍କ ରୁପାନ୍ତରଣ କାର୍ଯ୍ୟକ୍ରମ କୁ ଗ୍ରହଣ କରିପାରିଲେ ନିଜର ତଥା ଦେଶର ଉନ୍ନତି ସମ୍ଭବ ହୋଇପାରିବ, ଏହା ଦ୍ୱାରା କମ୍‌ ସମୟ ମଧ୍ୟ୍ୟରେ ଅନେକ କାର୍ଯ୍ୟ ହୋଇପାରିବ ଓ ରାଜସ୍ୱ ଆଦାୟ ବୃଦ୍ଧି ଘଟିବ ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ଆୟକର କମିଶନର ଡ଼ଃ ସରୋଜ କୁମାର ମହାପାତ୍ର , ବରିଷ୍ଠ ଅଧିବକ୍ତା ମାନସ ରଞ୍ଜନ ମହାପାତ୍ର, ମହାସଂଘର ସର୍ବଭାରତୀୟ ସଭାପତି ଡକ୍ଟର ନାରାୟଣ ପ୍ରସାଦ ଜୈନ ଆୟକର କ୍ଷେତ୍ରରେ ପରିବର୍ତ୍ତନ ଓ ରୂପାନ୍ତରୀକରଣ ଯୋଗୁଁ ମିଳିଥିବା ସୁଫଳ ବିଷୟରେ ସବିଶେଷ ବର୍ଣ୍ଣନା କରିବା ସହ ପୋଷାଦାର ଓକିଲ ବନ୍ଧୁମାନଙ୍କ ବିଭିନ୍ନ ପ୍ରକାର ସମସ୍ୟା ବିଷୟରେ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *