ପ୍ରସ୍ତାବ ଦେଇ ବିବାହ ନ କରିବା ନୁହେଁ ଅପରାଧ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ପ୍ରସ୍ତାବ ଦେଇ ବିବାହ ନ କରିବା ଅପରାଧ ବର୍ଗରେ ଆସୁନାହିଁ। ଯଦି ଏଭଳି କାର୍ଯ୍ୟରେ ଠକିବାର କୌଣସି ଉଦ୍ଦେଶ୍ୟ ନାହିଁ ତେବେ ଏହାକୁ ଅପରାଧ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।
ବିଚାରପତି ସୁଧାଶୁଂ ଧୁଲିଆ ଏବଂ ପ୍ରସନ୍ନା ବି ଭାର୍ଲେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି ପ୍ରସ୍ତାବ ପରେ ବିବାହ ପାଇଁ ମନା କରିବାର ଏକାଧିକ କାରଣ ଥାଇପାରେ।
ବିନା ପ୍ରମାଣରେ ଏଭଳି କାର୍ଯ୍ୟକୁ ଅପରାଧ ବର୍ଗରେ ଗ୍ରହଣ କରାଯାଇ ପାରିବ ନାହିଁ।
ଆଇପିସି ଧାରା ୪୧୭ ଅନୁସାରେ ଏହାକୁ ଠକାମି ଅବା ଅପରାଧ କୁହାଯାଇ ପାରିବ ନାହିଁ।
ଯୁବକ ତଥା ତାଙ୍କ ପରିବାର ବର୍ଗ କନ୍ୟାଙ୍କ ଘର ସଦସ୍ୟଙ୍କ ସହିତ ଏନେଇ କଥାବାର୍ତ୍ତା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିବାହ ପାଇଁ ପଛଘୁଞ୍ଚା ଦେବାକୁ ଅପରାଧ କୁହାଯାଇ ପାରିବ ନାହିଁ।
୨୦୨୧ ଜୁଲାଇରେ କର୍ଣ୍ଣାଟକ ହାଇକୋର୍ଟରେ ଏନେଇ ଏକ ମାମଲା ଦାଖଲ କରାଯାଇଥିଲା। ବର ଏବଂ କନ୍ୟା ପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ହେବା ପରେ କନ୍ୟାପିତା ବିବାହ ପାଇଁ ଏକ ହଲ୍ ବୁକ୍ କରି ୭୫ ହଜାର ଟଙ୍କା ଆଡଭାନ୍ସ ମଧ୍ୟ ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବର ଅନ୍ୟ ଜଣଙ୍କୁ ବିବାହ କରିଥିଲେ।
ଏନେଇ କନ୍ୟାଘର ପକ୍ଷରୁ ଆଇପିସି ଧାରା ୪୦୬, ୪୧୭ ଏବଂ ୪୨୦ ଆଧାରରେ ଅବିଶ୍ବାସ, ଠକେଇ ମାମଲା ରୁଜୁ କରାଯାଇଥିଲା। ଏହାପରେ କନ୍ୟାଘର ପକ୍ଷରୁ ହାଇକୋର୍ଟରେ ଧାରା ୪୮୨ ଅନ୍ତର୍ଗତ ଆବେଦନ ଦାଖଲ କରାଯାଇଥିଲା। ତେବେ ହାଇକୋର୍ଟ ଏହାକୁ ଖାରଜ କରିଥିଲେ। ଏହାପରେ ସେମାନେ