ରାଜ୍ୟ

ହୀରାକୁଦ ନେଚର ପାର୍କରେ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳିତ :

ପକ୍ଷୀଗ୍ରାମ ମାନ୍ୟତା ପ୍ରାପ୍ତ ଗୋବିନ୍ଦପୁରସ୍ଥିତ ‘ହୀରାକୁଦ ନେଚର ପାର୍କ ‘ରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଉତ୍ତମ ଆନୁକୂଲ୍ୟରେ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍ତମ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚନ୍ଦ୍ରମା ଡନସନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆନ ଓ ସମ୍ମାନିତ ଅତିଥି ଭାବରେ ଉତ୍ତମ ସରପଞ୍ଚ ତଥା ପ୍ରକୃତି ବନ୍ଧୁ ହୀରାଧର ସାହୁ, ଲଖନପୁର ସରପଞ୍ଚ ସତ୍ୟଭୂଷଣ ସାହୁ , ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତି କଲ୍ପନା ପଧାନ,ସହ ବ୍ଲକ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ ଓ ମୋହନ ଚରଣ ମହାନ୍ତ , ଶିକ୍ଷକ ରାଜକୁମାର ବଘେଲ, ସୋମନାଥ ବେହେରା, ପୂର୍ବତନ ଶିକ୍ଷକମଦନ ମୋହନ ନାୟକ,ସଚ୍ଚିଦାନନ୍ଦ ପ୍ରଧାନ ,ପରିବେଶ ଗବେଷକ ସଂଜୟ ଖମାରୀ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଚନ୍ଦ୍ରମା ଡନସନା ବିଶ୍ଵ ବନ୍ୟପ୍ରାଣୀ ଦିବସର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବା ସହିତ ପ୍ରକୃତିର ସୁରକ୍ଷା କରିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ପରିବେଶବିତ ସଂଜୟ ଖମାରୀ ବନ୍ୟ ପ୍ରାଣୀ ସୁରକ୍ଷା ନିମନ୍ତେ ଜୈବ ବିବିଧତାର ସଂରକ୍ଷଣ ଏବଂ ଆର୍ଦ୍ରଭୂମି ସଂରକ୍ଷଣ କରିବାକୁ ହେଲେ ସ୍ଥାନୀୟ ଅଞ୍ଚଳବାସୀ, ଜନପ୍ରତିନିଧି ଏବଂ ପ୍ରକୃତି ପ୍ରେମୀ ସମସ୍ତେ ମିଳମିଶି ପ୍ରୟାସ କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ।ଉତ୍ତମ ହାଇସ୍କୁଲର ଇକୋ କ୍ଲବ ଶିକ୍ଷକ ପ୍ରଣୟ ରଞ୍ଜନ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *