ନିର୍ବାଚନ ପୂର୍ବରୁ ନିମଖଣ୍ଡି ଥାନା ପୁଲିସର ଫ୍ଲାଗ ମାର୍ଚ୍ଚ।
କୁକୁଡ଼ାଖଣ୍ଡି(ଇପିଲି ପୂର୍ଣ୍ଣଚନ୍ଦ୍ର) : ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏଥିପୂର୍ବରୁ ସମସ୍ତ ବିଭାଗ ପକ୍ଷରୁ ମକ୍ଡ୍ରିଲ ଓ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାରେ ଶାନ୍ତିଶୃଙ୍ଖଳ ଶୃଙ୍ଖଳା ବଜାୟ ରଖିବା ସହ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ସଜାଗ ରହିଛି ପୁଲିସ ପ୍ରଶାସନ। ପେଷାଦାର ଅପରାଧୀ ଓ ଜେଲ୍ ଫେରନ୍ତାଙ୍କ ଉପରେ ରଖାଯାଇଛି କଡ଼ା ନଜର। ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ବ୍ରହ୍ମପୁର ପୁଲିସ ପକ୍ଷରୁ ବିଭିନ୍ନ ଥାନା ଇଲାକାରେ ଫ୍ଲାଗ୍ମାର୍ଚ୍ଚ ହୋଇଛି ।ତେବେ ଏହି କ୍ରମରେ ନିମଖଣ୍ଡି ଥାନା ପକ୍ଷରୁ ମଧ୍ୟ ଫ୍ଲାଗମାର୍ଚ୍ଚ କରାଯାଇଛି। ନିମଖଣ୍ଡି ଥାନା ଅଧିକାରୀଣୀ ରେବତୀ ଶବରଙ୍କ ନେତୃତ୍ୱରେ ୪ ପ୍ଲାଟୁନ ପୁଲିସ, ୨ପ୍ଲାଟୁନ ଏପିଆର ଓ ୨ ପ୍ଲାଟୁନ୍ ବିଏସଏଫ ଯବାନ ଫ୍ଲାଗମାର୍ଚରେ ବାହାରି ଲୁଚାପଡା ପଞ୍ଚାୟତ ସମେତ ନିମଖଣ୍ଡି, ବୋରିଗାଁ ଓ ଗୁରୁଣ୍ଠି ପଞ୍ଚାୟତର ବିଭିନ୍ନ ୱାର୍ଡ ବୁଲି ଲୋକଙ୍କୁ ଭୟଭୀତ ନହୋଇ ନିଜ ନିଜ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା। ନିର୍ବାଚନ ସମୟରେ ଅପରାଧୀଙ୍କ ଗତିବିଧି ଓ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାରେ ସହାୟକ ହେବା ସହ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ମତଦାନ ହୋଇପାରିବ ବୋଲି ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ପରିଡା ସୂଚନା ଦେଇଛନ୍ତି ।