ରାଜ୍ୟ

ବିଜେପି ଛାଡି କଂଗ୍ରେସ ଦଳ ରେ ଯୋଗଦାନ ଶ୍ରୀଧର ଦେଓ।

ବ୍ରହ୍ମପୁର/କୁକୁଡାଖଣ୍ଡି: ରବିବାର ଦିନ ବଡ଼ଖେମୁଣ୍ଡି ରାଜକୁମାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଟାଣୁଆ ସଂଗଠକ ବିଜେପି ନେତା ତଥା ପୂର୍ବତନ ଦିଗପହଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଶ୍ରୀଧର ଦେଓ ଆଜି ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ମାନ୍ୟବର ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଙ୍କ ନିର୍ଦ୍ଦେଶନା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ) ସଭାପତି ଶ୍ରୀ ଦୀପକ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେପି ଛାଡି ବିଧିବଧ ଭାବରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଯୋଗ ଦେବା ପରେ ଜିଲ୍ଲା ସଭାପତି ଶ୍ରୀ ଦେଓ ଙ୍କୁ ଫୁଲଗୋଛା ଦେଇ ଦଳ କୁ ସ୍ବଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ) ଉପସଭାପତି ନାମ ରସାନନ୍ଦ ରାଉତ , ସାକା ସୁଜିତ୍ କୁମାର , ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ଅତୁଲ୍ୟ ପାଢ଼ୀ , ଜିଲ୍ଲା କଂଗ୍ରେସ ମିଡିଆ ସେଲ୍ ଚେୟାରମେନ ତତ୍ ସତ୍ ସୁବୁଦ୍ଧି, ଜିଲ୍ଲା ମହିଳା କଂଗ୍ରେସ ସଭାପତି ବନଜା ପଣ୍ଡା , ଜିଲ୍ଲା ସାଧାରଣ ସମ୍ପାଦକ ଶଙ୍କର ଅଧିକାରୀ , ରସାନନ୍ଦ ରାଉତ , ମହେଶ୍ୱର ପାତ୍ର , ସୁବାସିନି ପଟ୍ଟନାୟକ , ଦିଗପହଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଭିମନ୍ୟୁ ଜାନୁ,କୁକୁଡାଖଣ୍ଡି ବ୍ଳକ କଂଗ୍ରେସ ସଭାପତି ଶ୍ରୀ ପି ଶିବପ୍ରସାଦ ଦୋରା, ଅଦଳ ଭରତ, ସୁଦର୍ଶନ ସେଠୀ ସମେତ ବହୁ କଂଗ୍ରେସ ନେତୃମଣ୍ଡଳୀ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *