ରାଜ୍ୟ

ଜାତୀୟ ରାଜପଥ 53 ର ଦୁଇ ଲାଇନ ପାଇଁ 174 କୋଟି ମଞ୍ଜୁର

ମୋଦୀ, ଗଡ଼କରୀ ଓ ଧର୍ମେନ୍ଦ୍ର ଙ୍କୁ ଧନ୍ୟବାଦ ଜଣାଇଲେ କାଳନ୍ଦି ତାଳଚେର :ତା 15/01:ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩ର ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନୁଗୋଳ ଜିଲ୍ଲା ଏନଏଚ-୫୩ରେ ରେଙ୍ଗାଲି, ବଜ୍ରକୋଟ ଏବଂ ଟାକୁଆରେ ତିନୋଟି ବାଇପାସ ସହ ଜାତୀୟ ରାଜପଥର ସମ୍ପ୍ରସାରଣ ଏବଂ ଦୁଇ ଲେନ୍ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହି ଜାତୀୟ ରାଜପଥ ପାରାଦୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଞ୍ଚଳ ଏବଂ ଖଣି କୋରିଡରକୁ ସଂଯୋଗ କରୁଛି । ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଦ୍ୱାରା ଲୋକଙ୍କ ଯାତୟତ ସୁରକ୍ଷିତ ହେବ । ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଏ ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସଡ଼କ ପରିବହନ ମନ୍ତୀ ନିତିନ ଗଡ଼କରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ ଦେଇଛନ୍ତି |

Leave a Reply

Your email address will not be published. Required fields are marked *