ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କର୍ମୀ ମାନଙ୍କୁ ନେଇ କର୍ମୀ ସମ୍ମିଳନୀ।
କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର): ରବିବାର ଦିନ ସନ୍ଧ୍ୟା ସମୟ ରେ ମାନ୍ୟବର ସାନଖେମୁଣ୍ଡି ବିଧାୟକ ଙ୍କ ଫାର୍ମ ହାଉସ ଠାରେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଆୟୋଜନ ହୋଇଅଛି। ଏହି ସମ୍ମିଳନୀ କାର୍ଯ୍ୟକ୍ରମ ରେ ବଡଖେମୁଣ୍ଡି ର ଯୁବ ରାଜ ଶ୍ରୀ ଶ୍ରୀଧର ଦେଓ ବିଜେପି ଛାଡି କଂଗ୍ରେସ ଦଳ ରେ ଯୋଗ ଦେଇଛନ୍ତି। ଶ୍ରୀ ଦେଓ ଦିଗପହଣ୍ଡି ନିର୍ବାଚନ ର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ରହି ଆସିଥିଲେ । ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ଉପାଧ୍ୟକ୍ଷ ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଙ୍କ ନିର୍ଦ୍ଦେଶନା ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ର ଦୁଇ ଟି ବ୍ଲକ ଯଥା ଦିଗପହଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଭିମନ୍ୟୁ ଜାନୀ ଓ କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ପି. ଶିବପ୍ରସାଦ ଦୋରା ଙ୍କ ନେତୃତ୍ବରେ ରେ କଂଗ୍ରେସ ଦଳ ରେ ଯୋଗ ଦେବା ସହ ପାଞ୍ଚଶହ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ କର୍ମୀ ସମ୍ମିଳନୀ ଯୋଗ ଦେଇଥିଲେ। ଏହି କର୍ମୀ ସମ୍ମିଳନୀ ରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ କିପରି ବିପୁଳ ମାତ୍ର ରେ ବିଜୟ ଲାଭ କରିବ ସେ ଉପରେ ଶ୍ରୀ ଜେନା ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ଉପସଭାପତି ରସାନନ୍ଦ ରାଉତ, ଜିଲ୍ଲା ଦିଗପହଣ୍ଡି NAC ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ପଣ୍ଡା, ଦିଗପହଣ୍ଡି କାଉନସିଲର ଦୀପକ ମିଶ୍ର, ଦିଗପହଣ୍ଡି ବରିଷ୍ଠ କଂଗ୍ରେସ ନେତା କୁନା ପାତ୍ର, ଜିଲ୍ଲା କଂଗ୍ରେସ ସମ୍ପାଦକ କେ କୁନା,ସିହଳା ସରପଞ୍ଚ ପ୍ରତିନିଧି ବାବୁ ଗୈାଡ,ଫାସିଗୁଡା ସରପଞ୍ଚ ଶିବରାମ ପ୍ରଧାନ କୁକୁଡ଼ାଖଣ୍ଡି ପଞ୍ଚାୟତ ର ଦୁଇ ପୂର୍ବତନ ସରପଞ୍ଚ ଅଦଳ ଭରତ,ସୁଦର୍ଶନ ସେଠୀ,ମସିଆଖାଲି ପୂର୍ବତନ ସରପଞ୍ଚ ମନୋଜ ସେଠୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା କଂଗ୍ରେସ କର୍ମୀ ଓ ଜନସାଧାରଣ ଉପସ୍ଥିତ ରହିଆସିଥିଲେ।