ଶରଦ ପାୱାର ଗୋଷ୍ଠୀର ନିର୍ବାଚନ ଚିହ୍ନ ଏବଂ ଦଳୀୟ ନାମ କ’ଣ ରହିବ? ସୁପ୍ରିମ୍ କୋର୍ଟ ଦେଲେ ଏହି ନିର୍ଦ୍ଦେଶ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଶରଦ ପାୱାରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଶରଦ ପାୱାର ଗୋଷ୍ଠୀକୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ନାମ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାୱାର’ ଏବଂ ଦଳର ଚିହ୍ନ ‘ତୁରୀ ବଜାଉଥିବା ମନୁଷ୍ୟ’ ବ୍ୟବହାର କରିବାକୁ କୋର୍ଟ ଅନୁମତି ଦେଇଛନ୍ତି।
ମହାରାଷ୍ଟ୍ର ର ଡେପୁଟି ସିଏମ ଅଜିତ ପାୱାରଙ୍କ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ଅଦାଲତ ଅଜିତ ପାୱାର ଗୋଷ୍ଠୀକୁ ଏନସିପିର ନିର୍ବାଚନ ଚିହ୍ନ ‘ଘଡ଼ି’ ବିଚାରାଧୀନ ଥିବା ନେଇ ଏକ ସାର୍ବଜନୀନ ନୋଟିସ୍ ଜାରି କରିବାକୁ କହିଛନ୍ତି। ଏହାର ବ୍ୟବହାର ବର୍ତ୍ତମାନ ନ୍ୟାୟିକ ନିଷ୍ପତ୍ତି ଅଧୀନରେ ରହିଛି। ଅର୍ଥାତ ଅଜିତ ଗୋଷ୍ଠୀ ନିଜର ନିର୍ବାଚନୀ ବିଜ୍ଞାପନରେ ଏ ସଂପର୍କରେ ଉଲ୍ଲେଖ କରିବ ।
ନିକଟରେ ଅଜିତ ପାୱାର ଗୋଷ୍ଠୀକୁ ନିର୍ବାଚନ ଆୟୋଗ ପ୍ରକୃତ ଏନସିପି ଭାବେ ମାନ୍ୟତା ଦେବା ସହ ଦଳର ଚିହ୍ନ ‘ଘଡ଼ି’ ପ୍ରଦାନ କରିଥିଲେ।