ମୁଖ୍ୟ ଖବର

ନେଟ୍ ଚାଲିବ ରକେଟ ସ୍ପିଡ୍ ରେ, ୧ ମିନିଟ୍ ରେ ହେବ ୯୦ ଫିଲ୍ମ ଡାଉନଲୋଡ୍

ବେଜିଂ: ନେଟ୍ ୟୁଜର୍ସଙ୍କ ପାଇଁ ଖୁସି ଖବର ଆସିଛି। ଚୀନ୍ ବିଶ୍ବର ହାଇସ୍ପିଡ୍ ଇଣ୍ଟରନେଟ୍ ସର୍ଭିସ୍ ୟୁଜର୍ସଙ୍କୁ ଯୋଗାଇ ଦେଉଛି। ଏହା ଏକ କ୍ଳାଉଡ୍ ବ୍ରୋଡ୍ ବ୍ୟାଣ୍ଡ୍। ଏହା ରକେଟ୍ ସ୍ପିଡ୍ ରେ ଚାଲିଥାଏ। ଏକ ମିନିଟ୍ ରେ ଏହା ଦ୍ବାରା ୯୦ଟି ୮୦ କେ ଫିଲ୍ମ ଡାଉନଲୋଡ୍ ହୋଇ ପାରିବ। ଏହି ସର୍ଭିସ୍ କୁ ଏଫ୍-୫-ଜି-ଏ କୁହାଯାଉଛି।ବିଶ୍ବର ପ୍ରଥମ ୧୦ଜି କ୍ଲାଉଡ୍ ବ୍ରୋଡ୍ ବ୍ୟାଣ୍ଡ୍ କମ୍ୟୁନିଟିକୁ ସାଙ୍ଘାଇରେ ଲଞ୍ଚ୍ କରାଯାଇଛି। ଏହା ୫୦ଜି-ପିଓଏନ ଟେକ୍ନୋଲୋଜି ଆଧାରିତ। ଏହା ଚୀନ୍ ଟେଲିକମ୍ ସାଙ୍ଘାଇ କମ୍ପାନୀ ଏବଂ ୟଙ୍ଗପୁ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣମେଣ୍ଟର ମିଳିତ ସହଯୋଗରେ କରାଯାଇଛି। ଏହା ଦ୍ବାରା ଲାଇଟିଂ ଫାଷ୍ଟ୍ ଇଣ୍ଟରନେଟ୍ ସ୍ପିଡ୍ ପ୍ରଦାନ କରାଯାଇଥାଏ। ଏହା ଡିଜିଟାଲ ଅଭିଜ୍ଞତାକୁ ଆକର୍ଷଣୀୟ କରିବାକୁ ସକ୍ଷମ।

ଏହା ମାଧ୍ୟମରେ ୧୦ ଗିଗାବାଇଟ୍ କ୍ଲାଉଡ୍ ବ୍ରୋଡବ୍ୟାଣ୍ଡ୍ ଅଭିଜ୍ଞତା ହାସଲ କରିହେବ। କମ୍ପାନୀ ଅନୁସାରେ ଏହି ହାଇ ସ୍ପିଡ୍ ଇଣ୍ଟରନେଟ୍ ଦ୍ବାରା ୨ ଘଣ୍ଟିଆ ୮କେ ଭିଡ଼ିଓ କ୍ବାଲିଟି ଥିବା ୯୦ଜିବିର ଫିଲ୍ମ ମାତ୍ର ୭୨ ସେକେଣ୍ଡ ଅର୍ଥାତ୍ ୧ ମିନିଟ୍ ୧୨ ସେକେଣ୍ଡରେ ଡାଉନଲୋଡ୍ କରାଯାଇ ପାରିବ।

ଚୀନ୍ ର ଏହି ଅଲ୍ଟ୍ରା ଫାଷ୍ଟ୍ ଡାଟା ଟ୍ରାନ୍ସଫର ଟେକ୍ନୋଲୋଜି ୟୁଜର୍ସଙ୍କ ହୋମ୍ ଟେକ୍ନୋଲୋଜିକୁ ବିକଶିତ କରିବାକୁ ସକ୍ଷମ ହେବ। ଏହି ଟେକ୍ନୋଲୋଜିରେ ରିୟଲ-ଟାଇମ୍ ଡାଟା ପ୍ରୋସେସିଂ, ଲଗ୍ ଫ୍ରି କମ୍ୟୁନିକେସନ ସହିତ ୧୦ଜି ନେଟୱାର୍କ ଉପଲବ୍ଧ ହେଉଛି। ଏହାଦ୍ବାରା ଅନଲାଇନ୍ ରେ ଡାଟା ଟ୍ରାନ୍ସଫର କରୁଥିବା ୟୁଜର୍ସ ଅଧିକ ଉପକୃତ ହୋଇପାରିବେ। ଏହାଦ୍ବାରା କଣ୍ଟେଟ କ୍ରିଏଟର୍ସ ଏବଂ ଭିଡ଼ିଓ ଟ୍ରାନ୍ସଫର କରିବା ସହଜ ହୋଇ ପାରିବ।

Leave a Reply

Your email address will not be published. Required fields are marked *