ରାଜ୍ୟ

ଜନତା ହାଇ ସ୍କୁଲ , ଭୁକ୍ତାରେ ଆନ୍ତର୍ଜାତୀୟ ବନ ଦିବସ ପାଳିତ :

ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ,ଭୁକ୍ତାରେ ପରିବେଶ ସୁରକ୍ଷା ନିମନ୍ତେ ଛାତ୍ରାବସ୍ଥାରୁ ଅଭ୍ୟସ୍ତ କରାଇବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ବନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବର ମାର୍ଗ ଦର୍ଶକ ଶିକ୍ଷକ ସଂଜୟ ଖମାରୀ, ଶିକ୍ଷକ ତେଜରାମ ସା , ରାଧେଶ୍ୟାମ ବାରିକ ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରି ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ପରିବେଶବିତ ସଂଜୟ ଖମାରୀ ଆନ୍ତର୍ଜାତୀୟ ବନ ଦିବସ ପାଳନର ଉଦ୍ଦେଶ୍ୟ ଓ ପ୍ରାକୃତିକ ସଂପଦର ସଂରକ୍ଷଣ ବିଷୟରେ ଆଲୋକପାତ କରିଥିଲେ।ଶିକ୍ଷକ ତେଜରାମ ସା ଓ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାୟକ ଜଙ୍ଗଲ ସଂପଦର ସୁରକ୍ଷା ଓ ସଂରକ୍ଷଣ ସମ୍ବନ୍ଧୀୟ ତଥ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ।ଏହି ଅବସରରେ ବିଦ୍ୟାଳୟରେ ଆୟୋଜିତ ‘ଜଙ୍ଗଲ ଓ ଜୀବଜନ୍ତୁ “ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାରେ ତୃପ୍ତି ମୟୀ ପଧାନ ପ୍ରଥମ,ଆଦ୍ୟାଶା ଭୋଇ ଦ୍ଵିତୀୟ ଏବଂ ଯୁଗ୍ମ ଭାବରେ ରୋଜା ମେହେର ଓ ମାନସୀ ପଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ ଓ ହୋମି ଭାବା ବିଜ୍ଞାନ କ୍ଲବର ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ଶିକ୍ଷକ ଆଶୁତୋଷ ଭୋଇ, ପଦ୍ମଲୋଚନ ବିଶି ସକ୍ରିୟ ସହଯୋଗ କରିଥିବା ବେଳେ ଶିକ୍ଷକ ରାଧେଶ୍ୟାମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *