ରାଜ୍ୟ

ଜଳର ବିଜ୍ଞ ବ୍ଯବହାର ଓ ସଂରକ୍ଷଣ ନିମନ୍ତେ ସଚେତନତା ସୃଷ୍ଟି , ଜନତା ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ବିଶ୍ଵ ଜଳ ଦିବସ ପାଳିତ

ଛାତ୍ରାବସ୍ଥାରୁ ଜଳର ଶୁଦ୍ଧତା ଓ ପବିତ୍ରତା ବଜାୟ ରଖିବା ଏବଂ ଶାନ୍ତି ସ୍ଥାପନ ନିମନ୍ତେ ଜଳର ବିଜ୍ଞ ବ୍ଯବହାର ପ୍ରଦର୍ଶନ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ,ଭୁକ୍ତାରେ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୋହନ ଚରଣ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ।ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବର ମାର୍ଗଦର୍ଶକ ଶିକ୍ଷକ ସଂଜୟ ଖମାରୀ, ରାମାନୁଜନ୍ ଗଣିତ କ୍ଲବର ମାର୍ଗ ଦର୍ଶକ ଶିକ୍ଷକ ତେଜରାମ ସା , ଶିକ୍ଷକ ଆଶୁତୋଷ ଭୋଇ ମଞ୍ଚାସୀନ ଥିଲେ । ଇକୋ କ୍ଳବ ମାଷ୍ଟର ଟ୍ରେନର ତଥା ପରିବେଶବିତ ସଂଜୟ ଖମାରୀ ବିଶ୍ଵ ଜଳ ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାନ୍ତ ଜଳର ବିଜ୍ଞ ବ୍ଯବହାର ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାୟକ ଜଳର ସୁପରିଚାଳନା ଓ ସଦୁପଯୋଗ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଜଳ ସଂରକ୍ଷଣ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଆଦ୍ୟାଶା ଭୋଇ ପ୍ରଥମ, ମାନସୀ ପଟେଲ ଓ ଗୋକୁଳ ଗଡତିଆ ଯୁଗ୍ମ ଭାବରେ ଦ୍ଵିତୀୟ ଓ ବବିତା ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଜଳ ସଂପର୍କିତ କୁଇଜ୍ ପ୍ରତିଯୋଗୀତାରେ ତୃପ୍ତିମୟୀ ପଧାନ ପ୍ରଥମ, ଡଲି ପଟେଲ ଓ ଯଶୋବନ୍ତ ସିଂ ଯୁଗ୍ମ ଭାବରେ ଦ୍ୱିତୀୟ ଓ ମାନସୀ ପଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏଥିରେ ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ, ହୋମି ଭାବା ବିଜ୍ଞାନ କ୍ଲବ ଓ ରାମାନୁଜନ୍ ଗଣିତ କ୍ଲବର ସଦସ୍ୟ ଅଂଶ ଗ୍ରହଣ କରିଥିବା ବେଳେ ଶିକ୍ଷୟିତ୍ରୀ ଅନୀତା ପଧାନ, ଶିକ୍ଷକ ଆଶୁତୋଷ ଭୋଇ, ବୋଧରାମ ବିଶ୍ବାଳ, ଅଙ୍କିତ ମହନ୍ତ, ସୁବାସ ଚନ୍ଦ୍ର ଖମାରୀ,ପଦ୍ମଲୋଚନ ବିଶି, ପ୍ରଶାନ୍ତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା

Leave a Reply

Your email address will not be published. Required fields are marked *