ସିବିଆଇ ଏତଲାରେ ମହୁଆ ମୈତ୍ର ଓ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନାମ ରହିଛି
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଦାୟର ହୋଇଥିବା ଏତଲାରେ ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମହୁଆ ମୈତ୍ର ଏବଂ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନାମ ରହିଛି। ମାର୍ଚ୍ଚ ୨୧ ତାରିଖରେ ରୁଜୁ ହୋଇଥିବା ଏତଲାରେ ମୈତ୍ର ଓ ହିରାନନ୍ଦାନୀଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର, ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେବା ସମ୍ବନ୍ଧୀୟ ଅପରାଧ, ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେବା ଏବଂ ପ୍ରୋତ୍ସାହନ ଦେବା ଅଭିଯୋଗ ରହିଛି।ଦୁବାଇର ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ନଗଦ ଟଙ୍କା ଏବଂ ଉପହାର ବଦଳରେ ଲୋକସଭାରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଥିଲା, ବିଶେଷ କରି ଶିଳ୍ପପତି ଗୌତମ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ପଚରାଯାଇଥିବା ପ୍ରଶ୍ନ ଉଦ୍ଦଷ୍ଟ ଥିଲା। ବିଜେପି ଲୋକସଭା ସଦସ୍ୟ ନିଶିକାନ୍ତ ଦୁବେଙ୍କ ଅଭିଯୋଗ କ୍ରମେ ପ୍ରାଥମିକ ତଦନ୍ତରୁ ମିଳିଥିବା ରିପୋର୍ଟ ପାଇବା ପରେ ଲୋକପାଳ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଦେଇଥିବା ନିର୍ଦ୍ଦେଶ ଆଧାରରେ ସିବିଆଇ ଏହି ଏଫ୍ଆଇଆର୍ ଦାଖଲ କରିଛି।