ରାଜ୍ୟ

୧୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଫେସବୁକ୍, ଇନଷ୍ଟାଗ୍ରାମ୍, ଟିକଟକ୍ ମନା: ଆକାଉଣ୍ଟ ହେବ ଡିଲିଟ୍,କେଉଁଠି କେବେଠାରୁ ହେବ ଲାଗୁ ଜାଣନ୍ତୁ

ଫ୍ଲୋରିଡ଼ା: ଆମେରିକାର ଫ୍ଲୋରିଡା ରାଜ୍ୟରେ ୧୪ ବର୍ଷରୁ କମ୍ ପିଲାମାନେ ଏଣିକି ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ରାଜ୍ୟପାଳ ରନ୍ ଡିସାଣ୍ଟିସ୍ ଏହି ଆଇନକୁ ଅନୁମୋଦନ କରିଛନ୍ତି। ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରୁ କାର୍ଯ୍ୟକାରୀ ହେବ । ଏହି ସୂଚନା ‘ସ୍କାଏ ନ୍ୟୁଜ୍’ର ରିପୋର୍ଟରେ ପ୍ରକାଶ ପାଇଛି।ନିୟମ ଅନୁଯାୟୀ, ୧୪ ରୁ ୧୫ବର୍ଷ ବୟସର ପିଲାମାନେ କେବଳ ସେମାନଙ୍କ ପିତାମାତା ଲିଖିତ ସମ୍ମତି ପ୍ରଦାନ କଲେ ହିଁ ଇନଷ୍ଟାଗ୍ରାମ ଏବଂ ସ୍ନାପଚାଟ ବ୍ୟବହାର କରିପାରିବେ। କମ୍ପାନୀଗୁଡିକ ୧୪ ବର୍ଷରୁ କମ୍ ପିଲାମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଡିଲିଟ୍ କରିବାକୁ କୁହାଯାଇଛି।ଯଦି ଆଦେଶ ପାଳନ କରା ନ ଯାଏ ତେବେ ଜରିମାନା ଲାଗୁହେବ । ଆଇନ ଅନୁଯାୟୀ, ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେବଳ ବୟସ ଯାଞ୍ଚ ପରେ ୟୁଜରଙ୍କ ଆକାଉଣ୍ଟକୁ ସକ୍ରିୟ କରିବାକୁ କୁହାଯାଇଛି। ଯଦି କୌଣସି କମ୍ପାନୀ ୧୪ ବର୍ଷରୁ କମ୍ ପିଲାମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଡିଲିଟ୍ କରେ ନାହିଁ, ତେବେ ସଂପୃକ୍ତ ପିଲାଙ୍କୁ ୧୦ ହଜାର ଡଲାରର କ୍ଷତିପୂରଣ ଦେବାକୁ ପଡିବ । ଏହା ବ୍ୟତୀତ କମ୍ପାନୀକୁ ୫୦ହଜାର ଡଲାର ପର୍ଯ୍ୟନ୍ତ ଜରିମାନା ମଧ୍ୟ କରାଯାଇପାରେ।
ଫ୍ଲୋରିଡା ରାଜ୍ୟ ସରକାର ଆସନ୍ତା ବର୍ଷ ଜାନୁଆରୀରେ ଏହି ଆଇନ କାର୍ଯ୍ୟକାରୀ କରିବେ। ତେବେ ଆଇନ ବିଶେଷଜ୍ଞମାନଙ୍କ ଅନୁସାରେ ଏହି ଆଇନର କିଛି ଅଂଶ ଆମେରିକାର ସମ୍ବିଧାନର ଉଲ୍ଲଂଘନ, ତେଣୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ।

Leave a Reply

Your email address will not be published. Required fields are marked *