ରାଜ୍ୟ

ଶିଶୁ କଳାକାର ସୀମରନ ଙ୍କ ଗୀତରେ ଯାଦୁ

ଦିଗପହଣ୍ଡି :ଶିଶୁଟିଏ ଜନ୍ମ ପରେ ବାପା ମାଆ ଅନେକ ସ୍ବପ୍ନ ଦେଖିଥାନ୍ତି. କିଛି ଶିଶୁଙ୍କ ପ୍ରତିଭା ତାଙ୍କ ବାଲ୍ୟ ସମୟରୁ ହିଁ ଜଣାପଡିଯାଇଥାଏ.ଏପରି ଜଣେ ପ୍ରତିଭାବାନ ବାଳିକା ହେଲେ ସୀମରନ. ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୋଟିନଡା ଗ୍ରାମର ଏକ ଗରିବ ପରିବାର ରେ ଜନ୍ମ ନେଇଛନ୍ତି. ତାଙ୍କ ପିତାଙ୍କ ନାମ ଉଗ୍ରେସନ ଜେନା ଓ ମାଆ ଙ୍କ ଟିକି .ବାପା ଦାଦନ କାମ କରିବାକୁ ରାଜ୍ୟ ବାହାରକୁ ଯାଆନ୍ତି. ଏପରିକି ଗାଁ ରେ ଏକ ଭଡ଼ା ଘର ନେଇ ରହନ୍ତି.ତାଙ୍କ ଝିଅ ସିମରନ ଜେନା (୧୧)ଯିଏ କି ପିଲାଟି ବେଳୁ ଗୀତ ଗାଉଥିଲେ. ତାଙ୍କ ସୁମଧୁର କଣ୍ଠ ରେ ଗୀତ ଶୁଣିବାକୁ ଲୋକେ ବହୁତ ପସନ୍ଦ କରୁଥିଲେ.ତାଙ୍କରି ଇଚ୍ଛା ଶକ୍ତି ଆଗରେ ମୁଣ୍ଡ ନୁଆଁଇଲା ଗରିବୀ.ସେ ଗ୍ରାମରେ ହେଉଥିବା ବିଭିନ୍ନ ମେଳା, ସ୍କୁଲ ରେ ସୁରଭି କାର୍ଯ୍ୟକ୍ରମ ହେଲେ ଗୀତ ଗାଈ ସମସ୍ତଙ୍କୁ ବିମୋହିତ କରୁଥିଲେ . ଏହି ପ୍ରତିଭା ଦେଖି ବାପା ଝିଅ ସୀମରନ ଙ୍କ ପାଇଁ ଏକ ପୁରୁଣା ହରମୋନୀୟମ କିଣି ଆଣିଦେଇଥିଲେ. ସେ ଗୀତ ଗାଇବା ସଙ୍ଗେ ସଙ୍ଗେ ଭଲ ହରମୋନୀୟ ବଜାନ୍ତି.ତାଙ୍କର ବିଶେଶ୍ୱତ୍ୱ ହେଲା ସେ ବିନା ଗୁରୁ ରେ ଏମିତି ସୁନ୍ଦର ଗୀତ ଗାଉଛନ୍ତି l ଗୁରୁ କହିଲେ ସେ ମୋବଇଲ ୟୁଟୁବ କୁ କୁହନ୍ତି. ଏକ ପୁରୁଣା ମୋବଇଲ କୁ ଦେଖି ସେ ଗୀତ ଗାଇବା ଶିଖିଲେ. ତାଙ୍କ ଜେଜେ ବାପା ଦେବରାଜ ଜେନା ନାତୁଣୀ ସୀମରନ କୁ ହରମୋନୀୟମ ର ସାରେଗାମା ବଜାଇବା ଶିଖାଇଥିଲେ. ଏହ

Leave a Reply

Your email address will not be published. Required fields are marked *