ରାଜ୍ୟ

ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ମୋଦି ସରକାରକୁ ପରାସ୍ତ କର।

କେନ୍ଦ୍ରର ମୋଦି ସରକାର ବେକାରୀ, ଦରବୃଦ୍ଧି, ଚାଷୀ ଆତ୍ମହତ୍ୟା ଓ ସରକାରୀ ସମ୍ପଦର ଲୁଟ ଭଳି ମୌଳିକ ସମସ୍ୟା ଗୁଡିକର ସମାଧାନ କରିବାରେ ଗତ ଦଶ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଧର୍ମ ନାମରେ ରାଜନୀତି କରି ପୁଣି କ୍ଷମତାକୁ ଆସିବା ପାଇଁ ଯୋଜନା ବିଫଳ ହେବା ଆଶଙ୍କା କରି ବିରୋଧୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛି।ନୈତିକତା ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ମୋଦୀ ବିରୋଧୀ ଦଳ ସରକାରକୁ ଭାଙ୍ଗିବା, ବିରୋଧୀ ଦଳର ପ୍ରମୁଖ ନେତାଙ୍କୁ ପ୍ରଲୋଭନ କିମ୍ବା ଧମକ ଦେଇ ନିଜ ଦଳକୁ ଆଣିବାଭଳି ଅନୈତିକ କାର୍ଯ୍ୟ କରିଚାଲିଛି।ଏପରିକି ବିରୋଧୀ ଦଳର ସରକାରଙ୍କୁ ବଦନାମ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରାଯାଉଛି।ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ମାନଙ୍କୁ ବଦନାମ କରିବା ପାଇଁ ED, CBI ଓ IT କୁ ଲଗାଇ ମିଥ୍ୟା ମକଦ୍ଦମା ରୁଜୁ କରାଯାଇଛି।ସମ୍ବିଧାନ, ଗଣତନ୍ତ୍ର, ବିଚାର ବିଭାଗ କୁ ଉପେକ୍ଷା କରି କ୍ଷମତାସୀନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରି ଜେଲରେ ଅଟକ କରି ରଖିଛନ୍ତି।ପୁଣିଥରେ କ୍ଷମତାକୁ ଆସିବା ପାଇଁ ନୀତି ନୈତିକତାକୁ ଜଳାଞ୍ଜଳି ଦେଇ ଏକଛତ୍ର ଶାଶନ ଜାରି ରଖିଛନ୍ତି।
ଏହାର ଦୃଢ଼ ପ୍ରତିବାଦ କରିବାକୁ ହେବ।ଗଣତନ୍ତ୍ର ଓ ସମ୍ବିଧାନ ଓ ସ୍ୱାଧୀନତାର ସୁରକ୍ଷା ପାଇଁ ମୋଦି ସରକାରକୁ ପରାସ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଆଜି ପୁରୁଣା ବସ ଷ୍ଟାଣ୍ଡର ଏହି ସଭାରେ cpim ର ରାଜ୍ୟ ସମ୍ପାଦକ ଆଳିକିଶୋର ପଟ୍ଟନାୟକ, cpi ର ରାଜ୍ୟ ନେତା ଆଶିଷ କାନୁନଗୋ, କଂଗ୍ରେସ ନେତା ଦୀପକ ପଟ୍ଟନାୟକ, ଆପ ନେତା ଆଦିତ୍ୟ ରଥ, ସିପିଆଇ ନେତା ପ୍ରଦୀପ ସେଠି,cpim ନେତା ହରୀକୃଷ ରେଡି ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *