ଗୋପାଳପୁର ହୋଟେଲ ବ୍ୟବସାୟରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ
ଗୋପାଳପୁର- ରାଜ୍ୟରେ ପୁରୀ ଓ କୋଣାର୍କ ପରେ ପର୍ଯ୍ୟଟନ କ୍ଷେତ୍ରରେ ଗୋପାଳପୁର ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତେକବର୍ଷ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟୁଥିବାରୁ ଗୋପାଳପୁର ହୋଟେଲ ବ୍ୟବସାୟରେ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ । ଲଗଜୁରିଓ ଅସେଟ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଗୋପାଳପୁର ଠାରେ ଏକ ବିଳାଶପୂର୍ଣ୍ଣ ପଞ୍ଚତାରକା ହୋଟେଲ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରନ୍ସ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଏହା ୫ ଏକର ଜମିରେ ୧୫୦ କୋଟି ବିନିଯୋଗରେ ନିର୍ମାଣ ହେବାକୁ ରହିଥିବା କୁହାଯାଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ପଞ୍ଚତରକା ହୋଟେଲ ନିର୍ମାଣ ଶେଷ ହେବାକୁ ରହିଥିବା ବେଳେ ଗୋପାଳପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା , ଲଗଜୁରିଓ ଅସେଟ୍ସ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ଡି ଏନ ଗୃପର ଅଧକ୍ଷ ଜଗଦିଶ ପ୍ରସାଦ ନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ । ରାଜ୍ୟରେ ଇନଭେଷ୍ଟର ମିଟ ଅନ୍ତର୍ଗତ ୧୬ ତମ ପର୍ଯ୍ୟାୟରେ ଏଭଳି ଶିଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ଡି.ଏନ୍. ଗ୍ରୁଫ୍ ପକ୍ଷରୁ ଗୋପାଳପୁର ଠାରେ ଏଭଳି ହୋଟେଲ ଶିଳ୍ପର ବିକାଶ ପାଇଁ ବଡ ଇନଭେଷ୍ଟମେଣ୍ଟ ପାଇଁ ପରିକଳ୍ପନା କରାଯାଇଥିଲା । ଏପରିକି ଓଡିଶାକୁ ଆସୁଥିବା ପର୍ଯ୍ୟଟକ ମାନେ ଗୋପାଳପୁର କୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଏହାକୁ ପ୍ରଥମ ପସନ୍ଦ ଭାବରେ କମ୍ପାନୀ ପକ୍ଷରୁ ନିଆଯାଇଥିବା ବେଳେ ଏଥିରେ ପ୍ରାୟ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ପାଞ୍ଚ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି । କାର୍ଯ୍ୟକ୍ରମରେ ଲଗଜୁରିଓ ଅସେଟ୍ସ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ଡି ଏନ ଗୃପର ଅଧକ୍ଷ ଜଗଦିଶ ପ୍ରସାଦ ନାୟକ ନିଜ ବକ୍ତବ୍ୟରେ ଦୀର୍ଘଦିନ ଧରି ଏଭଳି ଏକ ପରିକଳ୍ପନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ନେଇ ଖୁସି ପ୍ରକଟ କରିବା ସହ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ କମ୍ପାନୀ ପକ୍ଷରୁ ହୋଟେଲ ଭିଭାନ୍ତା ଭଳି ପଞ୍ଚତାରକା ହୋଟେଲ ଶିଳ୍ପ ଆରମ୍ଭ କରାଯାଇଥିବା ବେଳେ ଗୋପାଳପୁର ଠାରେ ହେବାକୁ ଥିବା ପଞ୍ଚତାରାକା ହୋଟେଲକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସହବନ୍ଧିତା ମାଧ୍ୟମରେ କରାଯିବ । ମୁଖ୍ୟତଃ ଆମ ରାଜ୍ୟରେ ହକି ବିଶ୍ୱକପ୍ , କ୍ରିକେଟ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ ସମୟରେ ଆନ୍ତର୍ଜାତୀୟ ସ୍ତରୀୟ ହୋଟେଲର ଆବଶ୍ୟକତା ରହୁଥିବାରୁ ଏହାର ବିକାଶର ଆବଶ୍ୟକତା ରହୁଥିବା କୁହାଯାଇଛି । ସେପଟେ ଜିଲ୍ଲାପାଳ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ ଗୋପାଳପୁର ଭଳି ଏକ ଟୁରୁଜିମ୍ ଡେଷ୍ଟିନେସନ୍ ରେ ଏପରି ଏକ ବଡ ଇନଭେଷ୍ଟମେଣ୍ଟ ଖୁସିର ବିଷୟ ବୋଲି କହିବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଏହା ଅନେକ ସହାୟକ ହେବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଆବଶ୍ୟକିୟ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବହୁ ହୋଟେଲ ମାଲିକ , ବୁଦ୍ଧିଜୀବି ,ଜିଲ୍ଲାପ୍ରଶାସନର ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।