ରାଜ୍ୟ

ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢେଇ

ବିଜେଡି ସହ ବଳ କଷିବେ ବଳଭଦ୍ର

ଭବାନୀପାଟଣା, (ଦୀପକ କୁମାର ସାହୁ)

ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ସ୍ଥିତିକୁ ଅନୁଧ୍ୟାନ କଲେ ପ୍ରଥମେ ଆଦିବାସୀଙ୍କ ବିକାଶର ପ୍ରଶ୍ନ ମନକୁ ଚାଲିଆସେ | ଅତୀତର ଲାଞ୍ଜିଗଡ଼ ଆଉ ବର୍ତ୍ତମାନର ଚିତ୍ର ଅସମ୍ଭବ ବଦଳିଛି। କିନ୍ତୁ ଯେଉଁମାନେ ୨୦୧୯ ନିର୍ବାଚନ ପୂର୍ବରୁ ଜନ ପ୍ରତିନିଧୂ ରୂପେ ରହିଥିଲେ ଭନ୍ନୟନ କାର୍ଯ୍ୟକୁ ପ୍ରାଥମିକତା ଦେଇ ଆଦିବାସୀଙ୍କ ସାମଗ୍ରୀକ ଉନ୍ନତିକୁ ଆଦୌ ଧ୍ୟାନ ଦେଇ ନ ଥିବା ଅଭିଯୋଗ ଆସୁଛି । ଅନ୍ୟପକ୍ଷରେ ଗତ ୫ବର୍ଷ ଧରି ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳରେ ଚାଲିଥିବା ବିକାଶର ଯାତ୍ରା ସମସ୍ତଙ୍କୁ ପ୍ରଭାବିତ କରିପାରିଛି । ପୁଣି ଆସିଛି ଆଉ ଏକ ନିର୍ବାଚନ। ଏଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ କୁମାର ଦିଶାରୀ, କଂଗ୍ରେସର ପ୍ରାର୍ଥୀ ବଳଭଦ୍ର
ମାଝୀ | ଯିଏକି ନିକଟ ଅତୀତରେ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ । ବିଜେପିର ପ୍ରାର୍ଥୀ ହେଲେ ରମେଶ ମାଝୀ | ଗତଥର ବିଜେଡି ଓ ବିଜେପି ପ୍ରାର୍ଥୀ ଉଭୟେ ଦ୍ଵିତୀୟ ବାର ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ପୁରୁଖା ରାଜନେତା ଭାବେ ବଳଭଦ୍ରଙ୍କ ପତିଆରା କିଛି କମ ନୁହେଁ | ତାଙ୍କର ଚତୁରପଣ, ବିଚକ୍ଷଣ ବୁଦ୍ଧି ପାଇଁ ଲାଞ୍ଜିଗଡ଼
ରାଜନୀତିର ଚାଣକ୍ୟ କହିଲେ ଭୁଲହେବ ନାହିଁ ବଳଭଦ୍ରଙ୍କ ପରିବାରବାଦ ରାଜନୀତି ଏବଂ ଉନ୍ନୟନ କାର୍ଯ୍ୟକୁ ଅଣଦେଖାକରି ଚୁପ ରହିବା ଓ ଆଉ କିଛି ଗୁରୁତ୍ବପୂର୍ଣ କାରଣ ପାଇଁ କୋଣଠେସା ହୋଇ ରହିବାକୁ ପଡ଼ିଥିବା ଅନେକ ଚର୍ଚ୍ଚା କରିଛନ୍ତି | ତେଣୁ ଗତ

ପ୍ରାର୍ଥୀ ପ୍ରଦୀପ ଦିଶାରୀ ଜଣେ ଶାନ୍ତ ପ୍ରଭାବର ମଣିଷ। ରାଜନୈତିକ କ୍ୟାରିୟରରେ ନାଲି ଗାର ନାହିଁ I ତଥାପି କିଛି ଅନିବାର୍ଯ୍ୟ କାରଣ ପାଇଁ ସେ ବାରମ୍ବାର ଜଟିଳ ପରିସ୍ଥିତି ଭିତରକୁ ଟାଣିହୋଇ ଯିବାକୁ ପଡୁଥିବା ନଜିର ରହିଛି। ଦଳ ହାଇକମାଣ୍ଡ ଦିଶାରୀଙ୍କ ପ୍ରତି ବିଶ୍ଵାସ

ବିଜେଡିରୁ ପ୍ରଦୀପ, କଂଗ୍ରେସର ବଳଭଦ୍ର ଓ ବିଜେପିର

ନିର୍ବାଚନରେ ବିଜେଡିରୁ ଟିକେଟ ପାଇ ନ ଥିଲେ ବୋଲି କୁହାଯାଉଛି। ବିଜୁ ଜନତା ଦଳ ସୃଷ୍ଟିରୁ ବଳଭଦ୍ର ରମେଖି ଆଇସୁଦ୍ଧା ଆଜି ଦଳ ଭିତରେ ନିଜ ଭବିଷ୍ୟତ ସଜାଡ଼ିବା ପରିବର୍ତ୍ତେ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶାରୀ ୬୨୪୧୩ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିହହୀ କଂଗ୍ରେସରୁ ଲଢ଼ିଥିବା ଶିବାଜୀ ମାଝୀ ପାଇଥିଲେ ୪୮୧୦୫ ଏବଂ ତୃତୀୟ ସ୍ଥାନରେ ରହି ବିଜେପି ପ୍ରାର୍ଥୀ ରମେଶ ମାଝୀ ୩୯୭୭୭ ଭୋଟ ହାତେଇଥିଲେ । ବିଜେଡିଓ ଭରସା ରଖ୍ ପ୍ରାର୍ଥୀ କରିଛନ୍ତି । ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ୨୨୯୪୧୮ ଭୋଟ ମଧ୍ଯରୁ କାହା ଭାଗ୍ୟରେ କେତେ ପଡୁଛି ଦେଖ‌ିବା କଥା। ବଳଭଦ୍ର ଏବେ ଜିଲ୍ଲାର ଶକ୍ତିଶାଳୀ ନେତା ଭକ୍ତ ଚରଣ ଦାସଙ୍କ ଇଙ୍ଗିତରେ ନିର୍ବାଚନ ମଇଦାନକୁ ଆସିଛନ୍ତି । ଆଦିବାସୀ ଭୋଟ ମୂଳ ପୁଞ୍ଜି ହୋଇଥିବାରୁ ତିନି ଆଦିବାସୀ ନେତା କି ପ୍ରକାର ଖେଳ କରିବେ ତାହା ଏବେଠାରୁ ଆକଳନ କରିବା ମୁସ୍କିଲା କଂଗ୍ରେସର ପକେଟ ଭୋଟ ରହିଥିବାବେଳେ କଂଗ୍ରେସର ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀ ହୋଇଥିବା ଦୃଷ୍ଟିରୁ ବଳଭଦ୍ରଙ୍କ ମନରେ ସାହସ ବିଗୁଣିତ ହୋଇଥିବା ପ୍ରକାଶ । କାରଣ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଥୁଆମୂଳ ରାମପୁର ବ୍ଲକରୁ ଦ୍ରୌପଦୀଙ୍କ ରାଜନୀତି ଜୀବନ ଆରମ୍ଭ ସେ ଥୁଆମୂଳ ରାମପୁର ବ୍ଲକରେ ଅତୀତରେ ଅଧ୍ଯକ୍ଷା ଆସନରେ ରହି ଲୋକଙ୍କ ସହ ଏବେବି ଜଡିତ ଅଛନ୍ତି । ସେ ଦୃଷ୍ଟିରୁ ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁର ବ୍ଲକ ଉପରେ ବଳଭଦ୍ରଙ୍କ ଫୋକସ ରହିବା ନିଶ୍ଚିତ | ବିଜେପି ପ୍ରାର୍ଥୀ ରମେଶ ମାଝୀ ତୃଣମୂଳସ୍ତରରେ ଯେଉଁ ସଂଗଠନ ଚଳାଇଛନ୍ତି ତାହା କେତେ ସାଥ ଦେବ ସ୍ପଷ୍ଟ ଜଣାପଡୁନାହିଁ । ଲାଞ୍ଜିଗଡ଼ ରାଜନୀତିରେ ଚାମ୍ପେର ମାଝୀ ଭିନ୍ନ ଏକ ଚରିତ୍ର । ଲୋକ ସମ୍ପର୍କ ଯଥେଷ୍ଟ ନଥିଲେ ମଧ୍ୟ ଅର୍ଥବଳକୁ ନେଇ ନିର୍ବାଚନ ଲଢ଼ିବା ନିଶା ତାଙ୍କୁ ଘାରିଥିଲା । କିଛିଦିନ ପୂର୍ବେ ଚାଞ୍ଚେର ମାଝୀ ବିଜେପିରେ ଯୋଗ ଦେଇଥିଲେ । ଆଶା ରଲେ ଲାଞ୍ଜିଗଡ଼ରୁ ବିଜେପି ଟିକେଟ ପାଇବେ। ତାହା କିନ୍ତୁ ହେଲାନାହିଁ I ରମେଶ ମାଝୀଙ୍କୁ ବିଜେପି ଟିକେଟ ଦିଆଗଲା । ଏବେ ଚାଞ୍ଚେରଙ୍କ ଭୂମିକା କଣ ହେବ ଜାଣିବା ସହଜ ନୁହେଁ। ଇନ୍ଦ୍ରାବତୀ ପ୍ରକଳ୍ପ ଠାରୁ ଆରମ୍ଭ କରି ରାସ୍ତାଘାଟ ନିର୍ମାଣ ଓ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଦ୍ୟୁତକରଣ ଏବଂ ଆଦିବାସୀଙ୍କ ସ୍ବାର୍ଥ ସହ ଜଡିତ ବହୁ ଭନ୍ନୟନ କାର୍ଯ୍ୟ ହୋଇଥିବାବେଳେ ଜନ ସମର୍ଥନ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କ୍ଷେତ୍ରରେ କେଉଁ ରୂପ ନେବ ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *