ରାଜ୍ୟ

ସ୍ୱିପ୍ କାର୍ଯ୍ୟକ୍ରମ ପ୍ରଥମ ଥର ଭୋଟରଙ୍କୁ ଉତ୍ସାହିତ କରୁଛି।

ସମ୍ବଲପୁର: ୫/୪/୨୪

ସିଷ୍ଟମେଟିକ୍ ଭୋଟର ଶିକ୍ଷା ଏବଂ ନିର୍ବାଚନ ଅଂଶଗ୍ରହଣ କାର୍ଯ୍ୟକ୍ରମ, ଯାହା ସ୍ୱିପ୍ ନାମରେ ଜଣାଶୁଣା, ଭାରତରେ ଭୋଟର ଶିକ୍ଷା, ମତଦାତା ସଚେତନତା ପ୍ରସାର ଏବଂ ଭୋଟର ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗର ପ୍ରମୁଖ କାର୍ଯ୍ୟକ୍ରମ ଅଟେ । ୨୦୦୯ ମସିହାରୁ ଏହା ଭାରତର ଭୋଟରମାନଙ୍କୁ ପ୍ରସ୍ତୁତ କରିବା ଏବଂ ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧୀୟ ମୌଳିକ ଜ୍ଞାନ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛି ।

ସ୍ୱିପର ପ୍ରାଥମିକ ଲକ୍ଷ୍ୟ ହେଉଛି ସମସ୍ତ ଯୋଗ୍ୟ ନାଗରିକଙ୍କୁ ମତଦାନ କରିବାକୁ ଉତ୍ସାହିତ କରି ଏବଂ ନିର୍ବାଚନ ସମୟରେ ଏକ ସଚେତନ ନିଷ୍ପତ୍ତି ନେବା ଦ୍ୱାରା ଭାରତରେ ଏକ ପ୍ରକୃତ ଅଂଶୀଦାର ଗଣତନ୍ତ୍ର ଗଠନ କରିବା | ରାଜ୍ୟର ସାମାଜିକ-ଅର୍ଥନୈତିକ, ସାଂସ୍କୃତିକ ଓ ଜନସଂଖ୍ୟାଗତ ପ୍ରୋଫାଇଲ୍ ତଥା ପୂର୍ବ ପର୍ଯ୍ୟାୟ ନିର୍ବାଚନରେ ନିର୍ବାଚନୀ ଅଂଶଗ୍ରହଣର ଇତିହାସ ଏବଂ ତା’ର ଶିକ୍ଷଣ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଏକାଧିକ ସାଧାରଣ ତଥା ଟାର୍ଗେଟ୍ ହସ୍ତକ୍ଷେପ ଉପରେ ଆଧାରିତ।

ଆଜି ବୁର୍ଲାର “ଇଲେକ୍ଟୋରାଲ ଲିଟେରେସି କ୍ଲବ”, ଏନ.ଏ.ସି କଲେଜ ସହ ଜିଲ୍ଲା ପ୍ରଶାସନ young voters ଉତ୍ସାହିତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସ୍ୱୀପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଆଜିର କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ସୁଶାନ୍ତ କୁମାର ନାୟକ, ସ୍ୱିପ, ମତଦାନ ଅଧିକାର ଓ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଭୋଟର ତାଲିକାରେ ପଞ୍ଜୀକରଣଠାରୁ ଆରମ୍ଭ କରି ଇ.ଭି.ଏମ୍ ମେସିନ ବ୍ୟବହାର କି ପରି କରା ହେବ ତାକୁ ଛାତ୍ରଛାତ୍ରୀ ମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇଲେ ।

ଡେପୁଟି କଲେକ୍ଟର ଶ୍ରୀ ଅଭିଷେକ କିଷାନ ଗଣତାନ୍ତ୍ରିକ ନିର୍ବାଚନର ସଫଳ ପରିଚାଳନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଭୋଟରଙ୍କ ସକ୍ରିୟ ଏବଂ ସୁଚିନ୍ତିତ ଅଂଶଗ୍ରହଣର ଗୁରୁତ୍ୱ ବିଷୟରେ କହିଥିଲେ । ସେ ଯୁବ ଭୋଟରମାନଙ୍କୁ କେବଳ ନିଜକୁ ଭୋଟ୍ ଦେବା ପାଇଁ ନୁହେଁ ବରଂ ଆଖପାଖ ଅଞ୍ଚଳ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଉତ୍ସାହିତ କରିଥିଲେ।

କଲେଜ ପରିସରରେ ଏକ ଶୋଭାଯାତ୍ରା ମଧ୍ୟ ହୋଇଥିଲା ଯେଉଁଠାରେ ଛାତ୍ରମାନେ pluck card ଦେଖାଇ ଶୋଭାଯାତ୍ରା କରିଥିଲେ।

ଏଥିରେ ଏନ.ଏ.ସି କଲେଜର principal ସୁବନ୍ଦିତା ମିଶ୍ର, ନିର୍ବାଚନ ସାକ୍ଷରତା କ୍ଲବର ନୋଡାଲ ଅଫିସର ଡ. ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *