ପୁଣି ଖଟିଆରେ ବୁହା ହେଲେ ରୋଗୀ।
ଭବାନୀପାଟଣା_- ପୁଣି ଥରେ ଦେଖିବାକୁ ମିଳିଛି ଆମ ଢୋଲପିଟା ବ୍ୟବସ୍ଥାର ନଗ୍ନ ଚିତ୍ର । ପୁଣି ଭାରରେ ବୁହା ହେଲେ ରୋଗୀ ।
ଗ୍ରାମାଞ୍ଚର ବିକାଶ ପାଇଁ ସରକାର ରାସ୍ତା ନିର୍ମାଣ ଓ ପୋଲ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ବାହାଦୂରୀ ମାରୁଥିବା ବେଳେ , ଏହି ଯୋଜନା ଆଜି ବି ଅପହଞ୍ଚ ଇଲାକା ବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ପକ୍କା ରାସ୍ତା ଟିକକ ନଥିବାରୁ ଏଠି ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ଫଳରେ ଖଟିଆ ପାଲଟି ଯାଉଛି ଆମ୍ବୁଲାନ୍ସ। ଯାହା କି ଆମ ବ୍ୟବସ୍ତାର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି। ଦେଶ ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଆଜି ଯାଏଁ ଭଲ ରାସ୍ତା ଖଣ୍ଡେ ବି ହୋଇପାରିନାହିଁ , ହେଲେ କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା ପ୍ରସ୍ତୁତ କରି ବିକାଶର ଡିମଡିମ ପିଟୁଥିବା ବେଳେ , ଏବେ ବି ଅନେକ ଗାଁ ଅଛି ପକା ରାସ୍ତା ତୋ ଦୂରର କଥା କଚା ମାଟି ରାସ୍ତା ଟିଏ ମଧ୍ୟ୍ୟ ହୋଇ ପାରିନିନାହିଁ । ଯାହାଫଳରେ ଅନେକ ସମସ୍ୟା ଦେଇ ଗତି କରୁଥିବା ଚିତ୍ର ସାମ୍ନାକୁ ଆସୁଛି । ଗାଁ କୁ ଏବେ ଯାଏଁ ମାଟି ରାସ୍ତା ଖଣ୍ଡିଏ ନ ଥିବାରୁ ଲୋକେ ଆମ୍ବୁଲାନ୍ସ ସେବାରୁ ମଧ୍ୟ୍ୟ ବଞ୍ଚିତ ରହୁଛନ୍ତି ।
ଏଭଲି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଦ୍ୟୁଷିତ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡ ସେମେଲ ପଦର ଗାଁ ରେ । ଗାଁର ଭୁବନେ ମାଝୀଙ୍କ ପୁଅ ଡମେ ମାଝୀ ନିଜ ଚାଷଜମିରେ ଗଛ କାଟୁଥିବାବେଳେ , ଗଛର ଏକ ଶାଖା ଛିଣ୍ଡି ତାଙ୍କ ଡାହାଣ ଗୋଡ଼ରେ ପଡ଼ିଥିଲା। ଏଥିରେ ଡମେଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାବେଳେ , ତାଙ୍କ ପରିବାର ଲୋକେ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଗାଁ ମୁଣ୍ଡରେ ଥିବା ନାଳ ଯୋଗୁଁ ଆମ୍ବୁଲାନ୍ସ ଅଧା ବାଟରେ ଅଟକିଥିଲା । ଫଳରେ ଅନ୍ୟ ଉପାୟ ନପାଇ ପରିବାର ଲୋକେ ଗୁରୁତର ଡମେଙ୍କୁ ଏକ ଖଟିଆରେ ବୋହି ଦୁଇକିମି ଦୂରରେ ଥିବା ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ରାସ୍ତା ଖଣ୍ଡିଏ ନଥିବାରୁ ଆଦିବାସୀ ବହୁଳ ବଡ଼ ସେମେଲପଦର ଗାଁର ଲୋକେ ଏଭଳି ଦହଗଞ୍ଜର ଶିକାର ହେଉଥିବାବେଳେ , ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ କୌଣସି ଫଳ ମିଳୁନଥିବାରୁ ଅଭିଯୋଗ ହୋଇଛି। ସେପଟେ ନିର୍ବାଚନ ସମୟ ଥିବାରୁ ନେତା ଅନେକ ପ୍ରତିଶ୍ରୁତିରେ ଲୋକଙ୍କୁ ପୋତି ପକାଇଥିବା ବେଳେ , ଏହା ହେଉଚି ବାସ୍ତବ ଚିତ୍ର । ଯାହା ଆମ ବ୍ୟବସ୍ତା ଉପରେ ଉଠାଇଛି ପ୍ରଶ୍ନବାଚୀ ।