ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାରେ ବିଫଳ ଜୟପୁର ପୌର।

କୋରାପୁଟ ଜିଲ୍ଲା:୯|୪(ପି ଏନ୍)ଜୟପୁର ସହରର ଐତିହାସିକ ଜଗନ୍ନାଥ ସାଗର ପୁନରୁଦ୍ଧାର କାର୍ଯ୍ୟକୁ ନେ଼ଇ ସାଧାରଣ ଜନତା ଅସନ୍ତୁଷ୍ଟ ରୋହି ଥିବା ଦୃଷ୍ଟିକୁ ଆସିଛି, ମୁଖ୍ୟମନ୍ତ୍ରୀଙ୍କ ଜଗନ୍ନାଥ ସାଗର ଉଦ୍ଧାର ପଦକ୍ଷେପକୁ ଜୟପୁର ସହର ବାସି ସ୍ବାଗତ କରିଥିବା ବେଳେ,୧୬୮ ଏକର ଜମିରେ ରହିଥିବା ଜଗନ୍ନାଥ ସାଗର ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ ହେବା ଆଶା କ୍ଷୀଣ ରୋହିଠିବା ଜ୍ଵଳନ୍ତ ଦେଖାଯାଉଛି କାରଣ ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହରୁ ମୌସୁମୀର ପ୍ରଭାବ ରହିବ। ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିଥିବାରୁ ମାତ୍ର ଅଳ୍ପ କେଇ ଦିନରେ କିପରି ଭାବରେ କାର୍ଯ୍ୟ ସମ୍ପୂର୍ଣ ହେବ ତାହା ଅସମ୍ଭବ ବୋଲି ସାଧାରଣରେ ମ ତ୍ତୋ ପ୍ରକାଶ ପାଇଛି, ଏବଂ ୧୦୦ ଟି ମେସିନ୍ ଦ୍ଵାରା କାର୍ଯ୍ୟ ଚାଲୁ ରହିଲେ ମଧ୍ୟ କେଇ ଦିନରେ ସମାପ୍ତ ପାଇଁ ପର୍ଯ୍ୟାପ୍ତ ହେବ ବୋଲି କୋହିଥିଲେ।ଯେଉଁ ହାଇୱା ଗୁଡିକ ସାଗରର ମାଟିକୁ ନେଇ ରାସ୍ତାରେ ଯାଉଛି ଧୂଳି ଉଡ଼ିବାରେ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେବ ବୋଲି ସାଧାରଣରେ ଗୁଞ୍ଜରଣ ଉଠିଛି, ଅନ୍ତତ ଜୟପୁର ପୌର ଦ୍ବାରା ପ୍ରତିଦିନ ୨୪ ଘଣ୍ଟା ପାଣି ଟ୍ୟାଙ୍କର ଯୋଗେ ପାଣି କ୍ୟୁରିଂ କଲେ ଧୂଳି ଉଡିବା ବନ୍ଦ ରହିବ ବୋଲି ସାଧାରଣରେ ଦାବି ହୋଇଛି, ଏବଂ ଯେଉଁ ଜାଗାରେ ମାଟି ଡମ୍ପିଂ କରୁଛନ୍ତି ତାହା ମଧ୍ୟ ଠିକ୍ ଜାଗା ନୁହେଁ , ଭବିଷ୍ୟତ ରେ ପୁଣି ସେହି ଜାଗାକୁ ସାଧାରଣ ଜନତା ଜବରଦଖଲ କରିପାରନ୍ତି , ବିଧିବଧ ଭାବରେ ଆଲଚନା କରି ଅନ୍ୟ କୌଣସି ଜାଗାରେ ଡ଼ମ୍ପିଂ ହେଇଥିଲେ ହୁଏତ ଭଲ ହୋଇଥାନ୍ତା ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି, ଆଗାମୀ ଭବିଷ୍ୟତରେ ଜଣା ପଡିବ ବର୍ଷା ର ପ୍ରଭାବରେ ସାଗର ଉନ୍ନତି ମୂଳକ କାର୍ଯ୍ୟ କଣ ହେବ। ନଚେତ୍ ଜୟପୁର ପୌରର ଅବହେଳା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ , ସ୍ବପ୍ନ ରେ ହିଁ ରୋହିଯିବ।

Leave a Reply

Your email address will not be published. Required fields are marked *