ଟାଉନ୍ ଥାନା ପୋଲିସ୍ ଗିରଫ କରିଛି ଚୋର।
କୋରାପୁଟ ଜିଲ୍ଲା:୦୯|୪(ପି ଏନ୍) ଜୟପୁର ସହରର ଫରେଷ୍ଟ କଲୋନୀ ନିକଟରେ ଥିବା ସିଟିଏବଂ ଜିଏସଟି କାର୍ଯ୍ୟାଳୟରେ ଗତ କାଲି ରାତିରେ କିଛି ଦୁବୃର୍ତ୍ତ ତାଲା ଭାଙ୍ଗି ଏସିର ତମ୍ବାତାର ଚୋରି ଫେରାର ହୋଇଯାଇ ଥିଲେ ଏହାକୁ ନେଇ କାର୍ଯ୍ୟାଳୟ ପକ୍ଷରୁ ଲିଖିତ ଅଭିଯୋଗ ଟାଉନ ଥାନାରେ ହୋଇଥିଲା, ଏହାର ତଦନ୍ତ କରି ଜୟପୁର ଟାଉନ୍ ଥାନାର ଅଧିକାରୀ ରମଣୀ ରଞ୍ଜନ ଦଳେଇଙ୍କ ନେତୃତ୍ୱରେ ପୋଲିସ୍ ଅଧିକାରୀ ମାନେ ତନା ଘନା ଆରମ୍ଭ କରିଥିଲେ, ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ଜୟପୁର ଟାଉନ୍ ପୋଲିସ୍, ଅଭିଯୁକ୍ତ ଛୋଟୁ ଗରଡ଼ା (୨୫)ପିତା ମୂଲିଆ ଗରଡ଼ା ଗ୍ରାମ ପାରାବେଡା ସ୍ଥିତ କାଉଡମ୍ ସାହି ଥାନା,ଜୟପୁର ଜିଲ୍ଲା କୋରାପୁଟକୁ ଗିରଫ କରି ଟାଉନ୍ ଥାନା କେଶ୍ ନଂ ୧୨୦/୨୪ ଧାରା ୩୭୯ ଆଇପିସି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।