ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ପବିତ୍ର ହିନ୍ଦୁ ନବ ବର୍ଷ ପାଳନ।
କୋରାପୁଟ ଜିଲ୍ଲା:୧୦|୦୪(ପି ଏନ୍ )ଜୟପୁର ସହରର ସ୍ଥାନୀୟ ସୂର୍ୟ ମହଲ ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ପ୍ରଥମେ ଦୀପ ପ୍ରଜଳନ କରି ଚୈତ୍ର ଶୁକ୍ଳ ପ୍ରତିପଦା ପବିତ୍ର ହିନ୍ଦୁ ନବ ବର୍ଷ ପାଳନ କରାଯାଇଥିଲା। ତତ୍ ପରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ନିୟମ ପାଳନ କରିଥିଲେ, ଭାରତର ସନାତନ ଧର୍ମର ନୀତି ନିୟମ କୁ କିପରି ଭାବରେ ପାଳନ କରିବା,୬ ଗଟି କାରୁକାର୍ଯ୍ୟର ଏହା ଅନ୍ୟତମ ଏବଂ ମୁଖ୍ୟବକ୍ତା କିଛି ଅଭିଭାଷଣ ଦେଇ ସଂଘ କାହାକୁ କୁହାଯାଏ ସଂଘ କେବଳ ବ୍ୟକ୍ତି ଗତକୁ ନେଇକି ତିଆରି ହୋଇଥାଏ, ଲୋକେ ଜାନୁୟାରୀ ମାସର ପ୍ରଥମ ଦିନକୁ ନୂତନ ବର୍ଷ ବୋଲି ରାତ୍ର ମଧ୍ୟରେ ଅନିଦ୍ରା ରହି, ନାଚ ଗୀତ ଉପଭୋଗ କରିବା ଆମ ଧର୍ମର ନବ ବର୍ଷ ନୁହେଁ। ଚୈତ୍ର ଶୁକ୍ଳ ପକ୍ଷ ହିଁ ହିନ୍ଦୁ ଧର୍ମର ନବ ବର୍ଷ ପାଳନ କରାଯାଏ ବୋଲି ବୁଝାଇଥିଲେ, ଏହି ପାଳନ ଦିବସରେ ମୁଖ୍ୟ ବକ୍ତା ଡ. ମନୋରଞ୍ଜନ ପ୍ରଧାନ ,ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ନାୟକ (ମୁନା) ନଗର ଚାଳକ ସଂଘ, ଡ. ନିରଞ୍ଜନ ମିଶ୍ର ଓ ସଂଘର କାର୍ଯ୍ୟକର୍ତ୍ତା ନଗର କାର୍ଯ୍ୟ ବାହ୍ୟ ମୁଖ୍ୟ ଶିକ୍ଷକ ମୁକୁନ୍ଦ ଭାଇ ପ୍ରାର୍ଥନା ଗାନ କରିଥିଲେ ଓ ସଂକଳ୍ପ ନେଇ କାର୍ଯ୍ୟଟିକୁ ବହୁ ମାତ୍ରାରେ ସଫଳ କରିଥିଲେ ।