ଜୟପୁର ସିଟି ହାଇସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ।
କୋରାପୁଟ ଜିଲ୍ଲା:୧୦|୪(ପି ଏନ୍) ଜୟପୁର ସହର ର ନେହେରୁ ନଗର ଠାରେ ପ୍ରତିଷ୍ଠିତ ଜୟପୁର ସିଟି ହାଇସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଥମ ଦିନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ଯେଉଁଠି ମୁଖ୍ୟ ଅତିଥି ଭାବେ ଜିଲ୍ଲା ମହିଳା ଅଦାଲତର ବିଚାରପତି ଶ୍ରୀମତୀ ଅଞ୍ଜଳି ମାଛଖଣ୍ଡ ଏବଂ ସମ୍ମାନୀତ ଅତିଥି ଭାବେ ଜୟପୁର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଚନ୍ଦନ କୁମାର ନାୟକ ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ଉଦବୋଧନ ଦେବା ସହ ଗତ ଶିକ୍ଷା ବର୍ଷରେ ସର୍ବୋତ୍ତମ କୃତିତ୍ୱ ହାସଲ କରିଥିବା ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଆଜିର ଏହି ଉଦଘାଟନ ଦିବସର ସଭାକୁ ସ୍କୁଲ ସଭାପତି ଶ୍ରୀ ବିରେଷ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ହାଇସ୍କୁଲ ପରିଚାଳନା ସମିତିର ଅଧ୍ୟକ୍ଷ ଶ୍ରୀ ଆରୁଗୁଲା ଶ୍ରୀନିବାସ ରାଓ, ପ୍ରତିଷ୍ଠିତା ସଭ୍ୟ ଶ୍ରୀ ଶଶୀ ପଟ୍ଟନାୟକ, ଇଂରାଜୀ ମାଧ୍ୟମ ସ୍କୁଲର ଅଧ୍ୟକ୍ଷ ଶ୍ରୀ ସୁଧାକର ପଟ୍ଟନାୟକଙ୍କ, ଉପାଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ଅବିଭାବକମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।ସଭା ପରବର୍ତ୍ତୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ନର୍ସରୀ ଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ,ଆଧ୍ୟାତ୍ମିକ,ଦେଶାତ୍ମବୋଧକ ତଥା ସଚେତନତା ମୂଳକ ବିଷୟ ଆଧାରିତ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ପ୍ରତାପ ପଟ୍ଟନାୟକ ସୂଚନା ଦେଇ କହିଥିଲେ ଯେ ଆଗାମୀ କାଲି ପାଇଁ ସ୍ଥିର କରାଯାଇଥିବା କାର୍ଯ୍ୟକ୍ରମରେ ଜୟପୁର ସବ ଡିଭିଜନର ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ତଥା ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଶିକ୍ଷା ବିଭାଗର ଅଧ୍ୟାପକ ଡ଼ଃ ମନୋରଞ୍ଜନ ପ୍ରଧାନ ଯଥାକ୍ରମେ ମୂଖ୍ୟ ଅତିଥି ତଥା ସମ୍ମାନୀତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଆଉ ସେ କାର୍ଯ୍ୟକ୍ରମରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବାକୁ ଥିଲାବେଳେ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ସହ ପୁରାତନ ବିଦ୍ୟାର୍ଥୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ